Categories: ଜାତୀୟ

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାଜପା ଏମପି ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ସମ୍ପର୍କରେ ସେ ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗରେ ଫସିଛନ୍ତି।

ଇସି ସୂର୍ଯ୍ୟେୱାଲଙ୍କୁ ଦୁଇ ଦିନ ପ୍ରଚାର ମେଇଦାନରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ସେ ନିଜ ଦଳ ପାଇଁ ୨ ଦିନ କୌଣସି ପ୍ରକାରର ପ୍ରଚାର କରିପାରିବେ ନାହିଁ। ଆଜି ସଂଧ୍ୟା ୬ଟାରୁ ୪୮ ଘଣ୍ଟା ଏହା ଲାଗୁ ହୋଇଛି।

ସୂଚନାଥାଉ କି, ହରିଆଣା ସ୍ଥିତ ନିର୍ବାଚନ ପ୍ରଚାରବେଳେ ସୂର୍ଯ୍ୟେୱାଲା ପ୍ରୟୋଗ କରିଥିବା ଶବ୍ଦ ଅତ୍ୟନ୍ତ ଆପତ୍ତିଜନକ ଥିଲା। ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରିଛି। ଏଥିପାଇଁ ଇସି ଭାରତୀୟ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ସୂର୍ଯ୍ୟେୱାଲାଙ୍କୁ ସର୍ବସାଧାରଣ ମିଟିଂ, ରାଲି, ରୋଡ ଶୋ’, ଇଣ୍ଟରଭ୍ୟୁ, ମିଡିଆରେ କୌଣସି ପ୍ରକାରର ବାଇଟ ଦେବାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି। ୨୦୨୪ ନିର୍ବାଚନରେ ପ୍ରଥମ ରାଜନେତା ଭାବେ ସୂର୍ଯ୍ୟେୱାଲାଙ୍କ ବିରୋଧରେ ଇସି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share