Categories: ଜାତୀୟ

ମଣିପୁର ହିଂସା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ ଆକ୍ସନ

ନୂଆଦିଲ୍ଲୀ,୧୩।୧୧: ମଣିପୁରରେ ହୋଇଥିବା ହିଂସା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନ୍ତ୍ରଣାଳୟ ମୌତେଇର ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) କୁ ପାଞ୍ଚ ବର୍ଷ ପାଇଁ ଏକ ବେଆଇନ ସଙ୍ଗଠନ ବୋଲି ଘୋଷଣା କରିଛି।
ପିଏଲଏର ରାଜନୈତିକ ପକ୍ଷ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (ଆରପିଏଫ) ଏବଂ ୟୁନାଇଟେଡ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ) କୁ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପାଞ୍ଚ ବର୍ଷ ପାଇଁ ବେଆଇନ ସଂଗଠନ ଘୋଷିତ କରାଯାଇଛି। ଏହା ବ୍ୟତୀତ ପିଏଲଏର ସେନା ୱିଙ୍ଗ ମଣିପୁର ପିପୁଲ୍ସ ଆର୍ମି (ଏମପିଏ) ବିରୋଧରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ କାଙ୍ଗଲେପକ (PREPAK), ରେଡ ଆର୍ମି ଏବଂ କାଙ୍ଗଲିପକ କମ୍ୟୁନିଷ୍ଟ ପାର୍ଟି (କେସିପି) କୁ ପାଞ୍ଚ ବର୍ଷ ପାଇଁ ବ୍ୟାନ କରିଛି।

Share