Posted inଖେଳ

ଭାରତକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ନ ଖେଳିପାରନ୍ତି ରୋହିତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଖରାପ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନଭେମ୍ବର ୨୨ ରୁ ପର୍ଥରେ କଠିନ ପାଞ୍ଚ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

ରୋହିତ ଆଡିଲେଡ୍ (ଡିସେମ୍ବର ୬-୧୦) ରେ ପ୍ରଥମ କିମ୍ବା ଦ୍ୱିତୀୟ ମ୍ୟାଚ୍ ମିସ୍ କରିବାର ସମ୍ଭାବନା ଅଛି। “ପରିସ୍ଥିତିକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରୋହିତ ବିସିସିଆଇକୁ ଜଣାଇଛନ୍ତି ଯେ, କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମଧ୍ୟରୁ ଗୋଟିଏକୁ ଏଡ଼ାଇବାକୁ ପଡିପାରେ।

ଯଦି, ସିରିଜ୍ ପୂର୍ବରୁ ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯାଏ, ସେ ହୁଏତ ସମସ୍ତ ପାଞ୍ଚଟି ଟେଷ୍ଟ ଖେଳିପାରନ୍ତି। ତେବେ ଏସମ୍ପର୍କରେ ଆଗାମୀ ଦିନରେ ସ୍ପଷ୍ଟ ସୂଚନା ମିଳିପାରେ। ୩୭ ବର୍ଷୀୟ ରୋହିତ ବାଂଲାଦେଶ ବିପକ୍ଷରେ ଉଭୟ ଘରୋଇ ଟେଷ୍ଟ ଖେଳିଥିଲେ। ଅକ୍ଟୋବର ୧୬ ରୁ ଭାରତ ତିନି ଟେଷ୍ଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ।

ଯଦି ରୋହିତ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ମ୍ୟାଚ୍ ମିସ୍ କରନ୍ତି, ତେବେ ଇନ୍-ଫର୍ମ ଅଭିମନ୍ୟୁ ଇଶ୍ୱରନ ତାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ଅଛି। ଯଦିଓ ଶୁଭମାନ ଗିଲ ଏବଂ କେ.ଏଲ୍ ରାହୁଲ ମଧ୍ୟ ଓପନିଂ ସ୍ଲଟରେ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବା ଖେଳାଳି ଅଟନ୍ତି।

ଈଶ୍ୱରନ ଏହି ସମୟରେ ଇଣ୍ଡିଆ ଏ ଦଳ ସହିତ ଅଷ୍ଟ୍ରେଲିଆରେ ଗସ୍ତରେ ଥିବେ, ଯେଉଁ ଦଳର ସେ ନେତୃତ୍ୱ ନେବେ। ତେବେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ରୋହିତଙ୍କ ପାଇଁ କୌଣସି ଅଫିସିଆଲ୍ ଡେପୁଟି ନ ଥିବାରୁ ଟେଷ୍ଟ ଦଳର ଉପ-ଅଧିନାୟକ କିଏ ହେବେ ସେନେଇ କୌଣସି ସ୍ପଷ୍ଟ ସଂକେତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ଘୋଷଣା କଲେ ରାଫେଲ ନାଡାଲ: ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ଶେଷ ମ୍ୟାଚ୍

ନୂଆଦିଲ୍ଲୀ,୧୦ା୧୦: ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି। ୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା...

ଗୋଟିଏ ପାଳିରେ ୨ ଦ୍ୱିଶତକ: ବଡ଼ ରେକର୍ଡ କଲେ ରୁଟ୍‌-ବ୍ରୁକ୍‌

ମୁଲତାନ,୧୦।୧୦: ଇଂଲଣ୍ଡର ଜୋ ରୁଟ ଏବଂ ହ୍ୟାରି ବ୍ରୁକ ଚମତ୍କାର ଇନିଂସ ଖେଳିଛନ୍ତି। ମୁଲତାନରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଜୋ ରୁଟ...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡର ବଡ଼ ଚାଲ୍‌: ଅଡୁଆରେ ପଡ଼ିପାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୧୦: ଆଜିକାଲି ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ...

ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଦୁବାଇ,୯ା୧୦: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ମହିଳା ଟି୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପୂର୍ବ...

ନୀତୀଶ ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ସଫଳତା: ଭାରତ ଟି୨୦ ସିରିଜ ବିଜୟୀ

ନୂଆଦିଲ୍ଲୀ,୯ା୧୦: ନୀତୀଶ କୁମାର ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮୬ ରନରେ ପରାସ୍ତ କରିଛି।...

ରିଙ୍କୁ-ନୀତିଶଙ୍କ ଧୂଆଁଧାର ଅର୍ଦ୍ଧଶତକ: ବାଂଲାଦେଶ ଆଗରେ ୨୨୨ ରନର ଟାର୍ଗେଟ

ନୂଆଦିଲ୍ଲୀ,୯ା୧୦: ଭାରତୀୟ ଦଳ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ...

କୋଚ୍‌ଙ୍କୁ କ୍ଷୀରରେ ଗାଧୋଇଦେଲେ ଟିମ୍‌ ଇଣ୍ଡିଆ ଖେଳାଳି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟିମ୍‌ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍‌ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବନ୍ଧୁ ଅଭିଷେକ ନାୟର ଅକ୍ଟୋବର ୮ରେ ୪୧ତମ ଜନ୍ମଦିନ ପାଳନ କରିଥିଲେ। ବାଲାଂଦେଶ...

ଭାଜପା ଗଡ଼ରେ ବାଜି ମାରିନେଲେ ଭିନେଶ, ୧୯ ବର୍ଷ ପରେ ଜିତିଲା କଂଗ୍ରେସ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ମତଗଣନା ମଙ୍ଗଳବାର କରାଯାଉଛି। ରାଜ୍ୟର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନା ଆସନରୁ କଂଗ୍ରେସ ଟିକେଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri