ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନ୍‌ର ସମର୍ଥନ: ପୂର୍ବରୁ ଆମେରିକା, ଫ୍ରାନ୍ସ ସମର୍ଥନ ଜଣାଇଥିଲେ

ନୂଆଦିଲ୍ଲୀ,୨୭ା୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ନିମନ୍ତେ ସମର୍ଥନ ବଢ଼ିବାରେ ଲାଗିଛି। ପୂର୍ବରୁ ଆମେରିକା ଏବଂ ଫ୍ରାନ୍ସ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଥିବାବେଳେ ଶୁକ୍ରବାର ଜାତିସଂଘ ସାଧାରଣ ସଭାର ୭୯ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ସେମାନଙ୍କ ସହ ସ୍ବର ମିଳାଇଛନ୍ତି।

ସୁରକ୍ଷା ପରିଷଦରେ ଭାରତ, ବ୍ରାଜିଲ, ଜାପାନ ଏବଂ ଜର୍ମାନୀଙ୍କୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରାଯିବା ଆବଶ୍ୟକ। ଏଥିସହିତ ନିର୍ବାଚିତ ସଦସ୍ୟମାନଙ୍କ ପାଇଁ ଅଧିକ ଆସନ ରଖିବା ସପକ୍ଷରେ ଷ୍ଟାର୍ମର ଯୁକ୍ତି ରଖିଛନ୍ତି। ୟୁଏନ୍‌ଏସ୍‌ସିରେ ଅଧିକ ପ୍ରତିନିଧ୍ୱତ୍ୱ ରହିଲେ, ରାଜନୈତିକ ଅଚଳାବସ୍ଥା ଯୋଗୁ ଦେଖାଦେଇଥିବା ପ୍ରତିବନ୍ଧକକୁ ଅତିକ୍ରମ କରି ବୈଶ୍ୱିକ ଚ୍ୟାଲେଞ୍ଜଗୁଡ଼ିକର ପ୍ରଭାବୀ ସମାଧାନ ହୋଇପାରିବ ବୋଲି ଷ୍ଟାର୍ମର କହିଛନ୍ତି।

୧୯୪୫ରେ ଜାତିସଂଘ ଗଠନ ହୋଇଥିବାବେଳେ ଏହାର ସୁରକ୍ଷା ପରିଷଦରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିରେ ସଂସ୍କାର ଆଣିବାକୁ ଅନେକ ଦେଶ ଦାବି କରିଆସୁଛନ୍ତି। ୟୁଏନ୍‌ଏସ୍‌ସିରେ ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଲେ, ଆମେରିକା, ଚାଇନା, ଫ୍ରାନ୍ସ, ରୁଷିଆ ଏବଂ ବ୍ରିଟେନ୍‌। କୌଣସି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିବା କ୍ଷମତା କେବଳ ଏହି ୫ ରାଷ୍ଟ୍ର ହାତରେ ରହିଛି।

ଏହା ବ୍ୟତୀତ ୟୁଏନ୍‌ଏସ୍‌ସିକୁ ୧୦ ଜଣ ଅସ୍ଥାୟୀ ସଦସ୍ୟ ୨ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ଜାତିସଂଘ ସୁରକ୍ଷା ପରିଷଦର ସାମର୍ଥ୍ୟ ଏବଂ ପ୍ରତିନିଧିତ୍ୱ ବୃଦ୍ଧି ଲାଗି ଏହାର ସମ୍ପ୍ରସାରଣ ଜରୁରୀ ବୋଲି କିଛିଦିନ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ କହିଥିଲେ। ସେ ମଧ୍ୟ ଭାରତ, ବ୍ରାଜିଲ, ଜାପାନ ଏବଂ ଜର୍ମାନୀକୁ ସ୍ଥାୟୀ ସଦସ୍ୟତା ଏବଂ ଆଫ୍ରିକାରୁ ୨ଟି ଦେଶକୁ ପ୍ରତିନିଧିତ୍ୱ ସୁଯୋଗ ଦେବା ପାଇଁ ଆହ୍ବାନ ଦେଇଥିଲେ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ବୈଶ୍ୱିକ ସ୍ତରରେ ଭାରତର ଉଲ୍ଲେଖନୀୟ ଭୂମିକାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସ୍ବୀକୃତି ଦେବା ସହ ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତା ସପକ୍ଷରେ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା କଣିକା ସଂଗ୍ରହ ବେଳେ ବଡ଼ ଧରଣର ଭୂସ୍ଖଳନ: ୧୫ ମୃତ, ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ପଡ଼ାଙ୍ଗ,୨୭ା୯: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ବେଆଇନ ଭାବେ ଖଣିରୁ ସୁନା ଉତ୍ତୋଳନ ବେଳେ ଭୂସ୍ଖଳନ ହେବାରୁ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ...

ଚାଇନା ଯାଉଥିବା ଇରାକ ବିମାନ ହଠାତ୍‌ କାହିଁକି କୋଲକାତାରେ ଅବତରଣ କଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୭।୯: କିଡନୀ ଚିକିତ୍ସା ପାଇଁ ଚାଇନା ଯାଉଥିବା ଇରାକର ଜଣେ ନାବାଳିକା ବିମାନରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତେବେ ବାଟରେ ଯେତେବେଳେ...

ଜାପାନରେ ୪ ବର୍ଷରେ ବଦଳିଲେଣି ୩ ପ୍ରଧାନମନ୍ତ୍ରୀ

ଟୋକିଓ,୨୭ା୯: ଜାପାନର ଶାସକ ଦଳ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏହାର ନେତା ଭାବରେ ମନୋନୀତ କରିଛନ୍ତି, ଯିଏ ଆସନ୍ତା ସପ୍ତାହରେ ଦେଶର ପ୍ରଧାନମନ୍ତ୍ରୀ...

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି କାନାଡା: ଜାଣନ୍ତୁ କେମିତି

ଓଟଓ୍ବା,୨୭।୯: ୩୯ ବର୍ଷ ପୂର୍ବେ କାନାଡାରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌-୧୮୨ରେ ହୋଇଥିବା ଧମାକାକୁ ନେଇ ତୃତୀୟଥର ଯାଞ୍ଚ୍‌ ଦାବି କରାଯାଉଛି। କନିଷ୍କା ବୋମା ବିସ୍ଫୋରଣ ଯାଞ୍ଚ୍‌...

ଭାରତ ପରି ପାକିସ୍ତାନରେ ରହିଛନ୍ତି କି ଆଇଆଇଟି ଇଞ୍ଜିନିୟର? ଜାଣନ୍ତୁ କେଉଁଠି ପଢ଼ନ୍ତି ପାଠ…

ଇସଲାମାବାଦ,୨୭ା୯: ଯେତେବେଳେ ଭାରତରେ ଇଞ୍ଜିନିୟରିଂ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ଆଇଆଇଟିର ନାମ ଶୀର୍ଷରେ ଆସେ। କୁହାଯାଏ, ଏଠାରୁ ସ୍ନାତକ ହାସଲ କରିଥିବା ଇଞ୍ଜିନିୟରମାନେ ବହୁତ...

ଶେଖ ହାସିନାଙ୍କୁ ଗାଦିଚ୍ୟୁତ କରାଇଥିବା ମାଷ୍ଟରମାଇଣ୍ଡଙ୍କୁ ବିଶ୍ୱ ସହ ପରିଚିତ କରାଇଲେ ୟୁନୁସ

ଢାକା,୨୭।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ବିରୋଧରେ ଆନ୍ଦୋଳନ ସ୍ବୟଂଚାଳିତ ବା ଆପଣାଛାଏଁ ଆରମ୍ଭ ହୋଇ ନ ଥିଲା। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ...

ଭାରତକୁ ସମର୍ଥନ ଦେଲା ଫ୍ରାନ୍ସ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ

ପ୍ୟାରିସ୍‌,୨୬।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସମର୍ଥନ କରିଛନ୍ତି। ଜାତିସଂଘ ସଂସ୍ଥାର ସମ୍ପ୍ରସାରଣକୁ ସମର୍ଥନ କରିଛନ୍ତି।...

ଗାଜାରେ ଯାହା ଘଟୁଛି ବିଶ୍ୱ ଦାୟୀ

ନ୍ୟୁୟର୍କ,୨୬ା୯:ଗଜା ଷ୍ଟ୍ରିପ୍‌ ଉପରେ ପ୍ରାୟ ବର୍ଷେ ହେବ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଗୁରୁବାର ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଏଥିପାଇଁ ବିଶ୍ୱ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri