ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ: କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ …

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କରୋନା ମହାମାରୀ ସମୟରେ ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି। ତଦନୁଯାୟୀ, ଉମାକାନ୍ତ ଦାଶଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କଟକ ଡିସିପି ଭାବେ ପ୍ରତୀକ ସିଂହ ନିଯୁକ୍ତ ହୋଇଛନ୍ତି। ସେହିପରି ଅନ୍ୟ କାହାକୁ କେଉଁ ପଦରେ ନିଯୁକ୍ତ ମିଳିଛି ଜାଣନ୍ତୁ:

ଏମ୍‌. ଅକ୍ଷୟ- ସିଏମ୍‌ଡି ପିଓଏଚ ଆଣ୍ଡ୍‌ ଡବ୍ଲ୍ୟୁସି
ସତ୍ୟଜିତ ମହାନ୍ତି- ଡିଜି ଏଫ୍‌ସି ଆଣ୍ଡ୍‌ ସିଜି, ଏଚଜି
ଲଳିତ ଦାସ- ଏଡିଜି କମ୍ୟୁନିକେସନ
ରାଧାକୃଷ୍ଣ ଶର୍ମା- ଗୁଇନ୍ଦା ନିର୍ଦ୍ଦେଶକ
ଏସ୍‌.କେ ପ୍ରିୟଦର୍ଶୀ- ଏଡିଜି କ୍ରାଇମବ୍ରାଞ୍ଚ
ପ୍ରବୀଣ କୁମାର-ଆଇଜି ଆଇନ ଶୃଙ୍ଖଳା
ଅନୁପ କୁମାର ସାହୁ- ଗୁଇନ୍ଦା ବିଭାଗ ଡିଆଇଜି
ସାର୍ଥକ ଷଡ଼ଙ୍ଗୀ- କ୍ରାଇମବ୍ରାଞ୍ଚ ଏସ୍‌ପି
ସାରା ଶର୍ମା- ଭିଜିଲାନ୍ସ
ବିନୀତ ଅଗ୍ରୱାଲ-କନ୍ଧମାଳ ଏସ୍‌ପି
ସାଗରିକା ନାଥ- ସୁନ୍ଦରଗଡ଼ ଏସ୍‌ପି
ସୌମ୍ୟା ମିଶ୍ର- ଡିସିପି ଟ୍ରାଫିକ
ରାହୁଲ ଜୈନ- ନୂଆପଡ଼ା ଏସ୍‌ପି
ଏସ୍‌ ସି ଜମାଦାର- ଦେବଗଡ଼ ଏସ୍‌ପି
ତପନ କୁମାର ପଟ୍ଟନାୟକ-ଗଜପତି ଏସ୍‌ପି

Share