Advertisement
Categories: ଖେଳ

ଓଡ଼ିଶାର ସୁନା ପୁଅ ପ୍ରମୋଦଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ,୧୩।୧୧: ଓଡ଼ିଶାର ସୁନା ପୁଅ ପ୍ରମୋଦ ଭଗତଙ୍କୁ ମିଳିଛି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ। ଶନିବାର ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ପ୍ରମୋଦଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପାଇଁ ତାଙ୍କୁ ଏହି ଖେଳରତ୍ନ ପୁରସ୍କାର ମିଳିଛି।

ସେହିଭଳି ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଜାଭଲିନ ପ୍ଲେୟାର ନିରଜ ଚୋପ୍ରା, ଅବନୀ ଲେଖରା, ମନୀଷ ନରୱାଲ, ଭାରତୀୟ ହକି ଟିମ ଅଧିନାୟକ ମନପ୍ରୀତ ସିଂହ, ଫୁଟବଲ ଟିମ ଅଧିନାୟକ ସୁନୀଲ ଛେତ୍ରୀ ପ୍ରମୁଖଙ୍କୁ ଖେଳ ରତ୍ନ ପୁରସ୍କାର ମିଳିଛି।

୨୦୨୧ ବର୍ଷ ଭାରତୀୟ କ୍ରୀଡ଼ା ଜଗତ ପାଇଁ ବେଶ ସ୍ମରଣୀୟ ବର୍ଷ ରହିଥିଲା। ଭାରତୀୟ କ୍ରୀଡ଼ାବିତ୍‌ମାନେ ଉଭୟ ଟୋକିଓ ଅଲିମ୍ପିକ୍ସ ଓ ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପାରାଲିମ୍ପିକ୍ସ ପୂର୍ବରୁ ପ୍ରମୋଦଙ୍କ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ କରାଯାଇଥିଲା। ସେହିପରି ଟୋକିଓ ଅଲିମ୍ପିକ୍ସରେ ନୀରଜ ଜାଭେଲିନ ଥ୍ରୋ’ରେ ସୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ଭାରତର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel