ଭୁବନେଶ୍ୱର,୯।୩: ରାତି ଅଧରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର। ସକାଳୁ ସକାଳୁ ହୋଇଛି ବଡ଼ ଏନକାଉଣ୍ଟର। ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ ବେଳେ ଲୁଟେରା-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଳି ବିନିମୟ ହୋଇଥିଲା।
ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର। ପ୍ରଥମେ କ୍ୟାପିଟାଲ ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଗୁରୁତର ଦୀପକ। ବିଭିନ୍ନ ଥାନାରେ ଦୀପକ କୁମାର ନାମରେ ରହିଛି ଅନେକ ମାମଲା।