Categories: ବାଣିଜ୍ୟ

ଆଇସିଏଲ୍‌ ଫିନ୍‌କର୍ପର ବୃହତ୍‌ ସମ୍ପ୍ରସାରଣ

ଭୁବନେଶ୍ୱର,୨୭।୯: ଆଇସିଏଲ୍‌ ଫିନ୍‌କର୍ପର ମୁମ୍ବାଇ କ୍ଷେତ୍ରୀୟ ଅଞ୍ଚଳର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ସମେତ ୫ ନୂଆ ଶାଖା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ସଂସ୍ଥାର ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅଧୀନରେ ଏହି ବୃହତ୍‌ ସମ୍ପ୍ରସାରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଇସିଏଲ୍‌ ଫିନକର୍ପର ସିଏମ୍‌ଡି ଆଡ୍‌ଭୋକେଟ କେ.ଜି. ଅନିଲକୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଏଲ୍‌ ଫିନ୍‌କର୍ପର ପୂର୍ଣ୍ଣକାଳିନ ନିର୍ଦ୍ଦେଶିକା ଉମା ଅନିଲକୁମାରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ମାତୁଙ୍ଗ, ମୁଲୁଣ୍ଡୁ, ଭସାଇ, ବୋରିଭାଲି ଏବଂ ଉଲ୍ଲାସନଗର ଭଳି ପ୍ରମୁଖ ଅଞ୍ଚଳରେ ନୂତନ ଶାଖାର ଶୁଭାରମ୍ଭ ହୋଇଯାଇଛି। ଏପରି କି ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ମୁମ୍ବାଇର ଅନ୍ୟତମ ପ୍ରମୁଖ ଅଞ୍ଚଳରେ ଆଉ ୨୫ଟି ଶାଖା ଖୋଲିବାର କାର୍ଯ୍ୟକ୍ରମ ରହିଛି।

Share