Categories: ଜାତୀୟ

ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୧।୮: ମଧ୍ୟପଦେଶ ଜବଲପୁର ସ୍ଥିତ ସ୍ଥିତ ନ୍ୟୁଲାଇଫ୍‌ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ତେବେ ଏହି ଘଟଣାରେ ମଧ୍ୟପଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫ଲକ୍ଷ ଏବଂ ଆହତଙ୍କ ୫୦ ହଜାର ଲେଖାଏ ସହାୟତା ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ, ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share