ବିଶାଖାପାଟଣା, ୨୫।୫: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ଏଚ୍ପିସିଏଲ) ପ୍ଲାଣ୍ଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଛନ୍ତି ଫାୟାର ଟେଣ୍ଡର୍ସ।
ଏଚ୍ପିସିଏଲର ୟୁନିଟ୍ ୩ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ନିଆଁକୁ ଆୟତ କରିବା ପାଇଁ ୫ ଫାୟର ଟେଣ୍ଡର୍ସ ଉଦ୍ୟମ ଚଳାଇଛନ୍ତି। ଆହୁରି ଫାୟାର ଟେଣ୍ଡର୍ସ ଆସୁଥିବା କହିଛନ୍ତି ଡିଭିଜନାଲ ପୋଲିସ କମିଶନର ଐଶ୍ୱର୍ଯ୍ୟା ରସ୍ତୋଗୀ।
ଅଗ୍ନିକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ବୋଲି ଅଧିକାରୀ କହିଛନ୍ତି। ବିସ୍ଫୋରଣ ପରେ ଓ୍ବାର୍ଣ୍ଣିଂ ବେଲ ବାଜି ଉଠିଥିଲା। ତୁରନ୍ତ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କୁ ଉଦ୍ଧାର କରାଯାଇଥିଲା। ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ଜଣାପଡ଼ିନାହିଁ।