Posted inଖେଳ

ମେଜର ଲିଗ କ୍ରିକେଟ: ‘ଫଟାଫଟ କ୍ରିକେଟ’ରେ ଦେଖିବାକୁ ମିଳିବେ, ରସେଲ, ଶାଦବ, ରସିଦଙ୍କ ପରି ବହୁ ପ୍ରସିଦ୍ଧ ଖେଳାଳି…

ଓ୍ବାଶିଂଟନ,୧୨।୭ : ‘ଫଟାଫଟ କ୍ରିକେଟ’ର ସମ୍ପ୍ରତି ଲୋକପ୍ରିୟ ହେବାରେ ଲାଜିଛି। ଏହି ମର୍ମରେ ଅନ୍ୟ ଏକ ଲିଗ କ୍ରିକେଟ ପ୍ରେମୀଙ୍କୁ ରୋମାଞ୍ଚିତ କରିବାକୁ ପ୍ରସ୍ତୁତ। ଆମେରିକାରେ ମେଜର ଲିଗ କ୍ରିକେଟ ଗୁରୁବାର, ଜୁଲାଇ ୧୩ (ଭାରତୀୟ ସମୟ ଅନୁସାରେ ଜୁଲାଇ ୧୪) ରୁ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ୬ ଟି ଦଳ ପରସ୍ପରକୁ ଭେଟିବେ। ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଥିବା ଏହି ଲିଗର ଉଦଘାଟନୀ ମ୍ୟାଚରେ ଟେକ୍ସାସ ସୁପର କିଙ୍ଗ୍ସ ଲସ ଆଞ୍ଜେଲସ ନାଇଟ ରାଇଡର୍ସ ସହିତ ମୁହାଁମୁହିଁ ହେବେ। ଫାଇନାଲ ୩୦ ଜୁଲାଇରେ ଖେଳାଯିବ ।

ପ୍ରଥମ ସିଜନରେ ଲସ ଆଞ୍ଜେଲସ ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ, ସାନ ଫ୍ରାନ୍ସିସ୍କୋ ୟୁନିକର୍ଣ୍ଣସ, ସିଆଟେଲ, ଅର୍କାସ, ଟେକ୍ସାସ ସୁପର କିଙ୍ଗ୍ସ ଏବଂ ୱାଶିଂଟନ ଫ୍ରିଡମ ଦଳ ଅଂଶଗ୍ରହଣ କରିବେ। ଏହି ଦଳଗୁଡିକରେ, ଅନେକ ଭାରତୀୟଙ୍କ ସମେତ ବିଶ୍ୱର ଭେଟେରାନ କ୍ରିକେଟରମାନେ ଯୋଗଦେବେ । ଟୁର୍ନାମେଣ୍ଟରେ ୧୫ ଟି ଗ୍ରୁପ ସ୍ତରୀୟ ମ୍ୟାଚ ପରେ, ଏଲିମିନେଟର, ଦୁଇଟି କ୍ୱାଲିଫାଏର ଏବଂ ତା’ପରେ ଫାଇନାଲ ମ୍ୟାଚ ଖେଳାଯିବ ।

ରାଉଣ୍ଡ ରୋବିନ ଫର୍ମାଟର ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ଖେଳାଳିଙ୍କ ମଧ୍ୟରେ ଉମୁକଟ ଚାନ୍ଦ, ମାର୍ଟିନ ଗୁପିଲ, ଜେସନ ରଏ, ସୁନୀଲ ନାରିନ, ଆଣ୍ଡ୍ରେ ରସେଲ, ଲକି ଫର୍ଗୁସନ, ଆଡାମ ଜାମ୍ପା, ଟିମ ଡେଭିଡସ, ନିକୋଲାସ ପୁରାନ, କିରେନ ପୋଲାର୍ଡ, ଟ୍ରେଣ୍ଟ ବୋଲ୍ଟ ଏବଂ ରସିଦ ଖାନ ଇତ୍ୟାଦି ଅଛନ୍ତି। ପାକିସ୍ତାନୀ ଖେଳାଳିଙ୍କ ମଧ୍ୟରେ ଅଲରାଉଣ୍ଡର ଶାଦବ ଖାନ, ଇମାଦ ୱାସିମ, ସାମି ଅସଲମଙ୍କ ଭଳି ଖେଳାଳି ମଧ୍ୟ ଏହି ଟୁର୍ନାମେଣ୍ଟରେ ଉତ୍ସାହ ଯୋଗାଉଥିବା ଦେଖିବାକୁ ମିଳିବ। ଟୁର୍ନାମେଣ୍ଟର ମ୍ୟାଚ ଭାରତୀୟ ସମୟ ସକାଳ ୬ ଟାରୁ ଆରମ୍ଭ ହେବ ।

ଟୁର୍ନାମେଣ୍ଟର  ଟେକ୍ସାସର ଗ୍ରାଣ୍ଡ ପେରି ଷ୍ଟାଡିୟମ ଏବଂ ମୋରିସଭିଲର ଚର୍ଚ୍ଚ ଷ୍ଟ୍ରିଟ ପାର୍କ ଷ୍ଟାଡିୟମ ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ ।

 


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡ ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର...

ସକାଳୁ ସକାଳୁ ଥରିଲା ପାକିସ୍ତାନ: ଲୋକେ ଭୟଭୀତ

ଇସଲାମାବାଦ୍‌,୨।୪: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଙ୍ଗଳବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା...

କିଛି ଗୋପନୀୟ ରହିବ ନାହିଁ

ଆଦିମ ଅବସ୍ଥାରେ ଆମେ ଲଙ୍ଗଳା ଥିଲୁ, ମଣିଷମାନେ ଅନ୍ୟ ପ୍ରାଣୀ ଭଳି ଜୀବନଯାପନ କରୁଥିଲେ, ଲଜ୍ଜା ଧାରଣା ନ ଥିଲା। ଏବେ ଏକବିଂଶ ଶତାବ୍ଦୀର ତୃତୀୟ...

ଭୂତଳ ଜଳ ଚିନ୍ତା

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗ୍ରାଉଣ୍ଡ ଓ୍ବାଟର କ୍ୱାଲିଟି ଇନ୍‌ ଶାଲୋ ଆକ୍ୱିଫାୟର୍ସ ଅଫ୍‌ ଇଣ୍ଡିଆ ସର୍ଭେ ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ଯେ,...

କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ୨ ଲକ୍ଷ ଟଙ୍କା ଜୀବନ ବୀମା ରାଶି ପ୍ରଦାନ

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର): କୃଷକ କଲ୍ୟାଣ ଟ୍ରଷ୍ଟ ଦେବଗଡ଼ ତରଫରୁ ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଜିଲାର ସମସ୍ତ ପଞ୍ଜୀକୃତ ଚାଷୀ ମୋଟ ୧୮,୭୭୬ ଜଣଙ୍କ ପାଇଁ ଟ୍ରଷ୍ଟର...

ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ୫ଜଣ ନିର୍ବାଚିତ: ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨।୪(ଅରୁଣ ସାହୁ)/(ପ୍ରଦୀପ ବେହେରା): ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିଲ୍ଲାରୁ ୫ଜଣ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜିଉଦୟଗିରି ନିର୍ବାଚନମଣ୍ଡଳୀରୁ ଦୁଇଜଣ ପରିଷଦ ସଦସ୍ୟ...

ରାଜ୍ୟସ୍ତରୀୟ ଅସ୍ମିତା ହକି ପ୍ରତିଯୋଗିତାରେ ଦେବଗଡ ଦଳର ସଫଳତା: ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ରାଉରକେଲାସ୍ଥିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ହକି ପ୍ରତିଯୋଗୀତାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image