ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ:ବୌଦ୍ଧ ଜିଲାପାଳ ହେଲେ ସତ୍ୟରଞ୍ଜନ ସାହୁ

ଭୁବନେଶ୍ବର, ୧୨ା୮(ବ୍ୟୁରୋ): ରାଜ୍ୟରେ ଓଏଏସ୍‌ ଅଫିସରସ୍ତରରେ ଶୁକ୍ରବାର ବଡ଼ ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ ଓଏଏସ୍‌ ଅଫିସର ସତ୍ୟରଞ୍ଜନ ସାହୁଙ୍କୁ ଶୁକ୍ରବାର ବୌଦ୍ଧ ଜିଲାପାଳ ଭାବେ ବଦଳି କରାଯାଇଛି। ସେହିପରି ୨୦୦୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରୂପାରୋଶନ ସାହୁଙ୍କୁ ଶିକ୍ଷକ ପ୍ରଶିକ୍ଷଣ ଓ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ମିଳିଛି। ଏହାସହ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି। ଏଥିସହ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୨ ଜଣଙ୍କୁ ବିଡିଓ, ୧୦ ଜଣଙ୍କୁ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ପୁଣି ୫୧ ଜଣ ଓଏଏସ୍‌ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ପଦବୀକୁ ବଦଳି ହୋଇଛନ୍ତି। ପଞ୍ଚାୟତିରାଜ ବିଭାଗ ବିଜ୍ଞପ୍ତି ଅନୁଯାୟୀ ମୋଟ ୩୨ ଜଣ ଓଏଏସ୍‌ ଅଫିସରଙ୍କୁ ୩୨ଟି ବ୍ଲକରେ ବିଡିଓ ଭାବେ ବଦଳି ହୋଇଛନ୍ତି। ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ ଜଣଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗକୁ ଫେରାଇ ନିିଆଯାଇଛି। ଜଣଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରାରେ ଅଘଟଣ: ଲିଚୁ ଲାଇଟ୍‌ ଲାଗି ଚାଲିଗଲା ଛାତ୍ରଙ୍କ ଜୀବନ, ସେହିଦିନ ଛୁଟି ସାରି…..

କଟକ,୧୭।୧୧: ବାଲିଯାତ୍ରାର ତୃତୀୟ ଦିନରେ ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ଜଣେ +୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର...

ଓଡ଼ିଶାରେ ୫ ବର୍ଷରେ ୩୮ହଜାର ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ) : କିଛିବର୍ଷ ଧରି ଓଡ଼ିଶାରେ ବୃଦ୍ଧି ପାଉଥିବା ଡେଙ୍ଗୁ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଡେଙ୍ଗୁକୁ ପ୍ରତିରୋଧ...

ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଅନୁରାଗଙ୍କ ହାତ ଧରିଲେ ଏଲିନା

ଭୁବନେଶ୍ୱର,୧୭ା୧୧: ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ...

କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ିଲା, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି

କଟକ, ୧୭।୧୧: ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା...

ବୈକୁଣ୍ଠଧାମ ନାବାଳକ ପୂଜା ପ୍ରସଙ୍ଗ: ବେଆଇନ ନିର୍ମାଣ ଥିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଜିଲାପାଳଙ୍କ ବଡ଼ ସୂଚନା

ଖୋର୍ଦ୍ଧା,୧୭।୧୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ...

ଲକ୍ଷ୍ମୀ ବସ୍‌ର ମନମାନିକୁ ଚ୍ୟାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ୍‌ ମାଲିକ ସଂଘ

ପୁରୁଷୋତ୍ତମପୁର,୧୭ା୧୧(ସୀମାଞ୍ଚଳ ମିଶ୍ର): ଲକ୍ଷ୍ମୀ ବସ୍‌ ମନୋମୁଖୀ ଚଳାଚଳ କରୁଥିବାର ଅଭିଯୋଗ କରି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଯଦ୍ବାରା ଆସନ୍ତା ୨୦...

କିଏ ଏହି କୁନିବାବା? ଯାହାଙ୍କ ବେକରେ ଫୁଲମାଳ, ପାଦତଳେ ତୁଳସୀ

ଭୁବନେଶ୍ୱର,୧୭ା୧୧: ସୋସିଆଲ ମିଡିଆରେ ଜଣେ ନାବାଳକଙ୍କ ବେକରେ ଫୁଲମାଳ ଏବଂ ପାଦତଳେ ତୁଳସୀ ଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଲୋକଙ୍କ...

ବାଣୀବିହାର ରେଳଧାରଣା କଡ଼ରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

ଭୁବନେଶ୍ୱର,୧୭ା୧୧: ବାଣୀବିହାର ରେଳଧାରଣା କଡ଼ରୁ ରବିବାର ଏକ କ୍ଷତାକ୍ତ ମୃତଦେହ ଜବତ କରିଛି ପୋଲିସ।  ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍‌ପିକୁ ଖବର ଦେଇଥିଲେ। ଜିଆର୍‌ପି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri