ବିଜେଡି ସରକାରରେ କ୍ଷମତାଶାଳୀ ୩ ଅଫିସରଙ୍କୁ କାହିଁକି ହଟାଇଲେ ମୁଖ୍ୟମନ୍ତ୍ରୀ ମୋହନ, ପଛରେ ରହିଛି ଏହି ବଡ଼ କାରଣ

ଭୁବନେଶ୍ୱର,୧୧।୭: ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନବୀନ ସରକାରଙ୍କ ସବୁଠୁ ବିଶ୍ୱସ୍ତ ଓ ପାୱାରଫୁଲ ଥିବା ତିନି ଅଫିସରଙ୍କୁ ହଟାଇ ଦେଇଛନ୍ତି ମୋହନ ସରକାର। ବରିଷ୍ଠ ଆଇଏଏସ ବିଶାଳ କୁମାର ଦେବ, ଜି. ମାଥ୍ୟୁଭାଥନନ ଓ ଭିନୀଲ କ୍ରିଷ୍ଣା। ଏମାନେ ବିଜେଡି ସରକାର ସମୟରେ ସବୁଠୁ ପାୱାରଫୁଲ ଅଫିସର ଥିଲେ। ବୁଧବାର ଏହି ତିନି ଅଫିସରଙ୍କ ବଦଳି ପରେ ଆଲୋଚନା ଆରମ୍ଭ ହୋଇଯାଇଛି।

ବିଜେଡି ସରକାରରେ କ୍ଷମତାଶାଳୀ ଅଧିକାରୀ ଜି.ମାଥ୍ୟୁଭାଥନନ ଙ୍କୁ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ବଦଳି କରାଯାଇ ଉଷା ପାଢ଼ୀଙ୍କୁ ଏହି ବିଭାଗ ଦାୟିତ୍ୱ ମିଳିଛି। ଆର. ଭିନୀଲ କ୍ରିଷ୍ଣାଙ୍କୁ ଭୂମି ଅଭିଲେଖ ଏବଂ ବନ୍ଦୋବସ୍ତ ବିଭାଗକୁ ବଦଳି କରାଯାଇଛି। ସେହିପରି ବିଶାଳ ଦେବଙ୍କୁ ଆଇଟି ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏପଟେ ନୂଆ ସରକାରର ଭିଜନ ଓ ମିଶନକୁ ସିନିଅର ଅଫିସରଙ୍କ ଉପରେ ଅଧିକ ଭରସା କରିଛନ୍ତି ନୂଆ ସରକାର।

Share