ଅମ୍ବାଲା,୩।୩: ଅମ୍ବାଲାର ଜାତୀୟ ରାଜପଥ ୩୪୪ ଚଣ୍ଡିଗଡ଼ ଯମୁନାନଗରରେ ଅବସ୍ଥିତ କକଡ ମଜ୍ରା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା କଡ଼ରେ ଅଟକି ରହିଥିବା ବସକୁ ଏକ ଲୁହା ବୋଝେଇ ଟ୍ରକ ଧକ୍କା ଦେଇଥିଲା। ବସ୍ରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କ ମୃତଦେହ ନାରାୟଣଗଡ ଡାକ୍ତରଖାନାରେ ଏବଂ ଦୁଇଟି ମୃତଦେହ ପଞ୍ଚକୁଲା ଡାକ୍ତରଖାନାରେ ରଖାଯାଇଛି। ବସ୍ଟି ବରେଲିରୁ ହିମାଚଳ ପ୍ରଦେଶର ବାଡି ଅଭିମୁଖେ ଯାଉଥିଲା