Categories: ଜାତୀୟ

ଏଲ୍‌ଟିଟି ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ

ମୁମ୍ବାଇ,୩।୪: ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ ଟର୍ମିନିୟସ(ଏଲଟିଟି)-ଜୟନଗର ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ପାଖାପାଖି ୧୦ଟି କୋଚ ଟ୍ରାକ ବାହାରକୁ ଖସିଯାଇଛି। ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍‌ର ଗତିପଥ ବଦଳାଯାଇଛି। ସେହିପରି କେତେକ ଟ୍ରେନ୍‌କୁ ବାତିଲ କରାଯାଇଛି। ତେବେ ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା ସୂଚନା ମିଳି ନାହିଁ। ଘଟଣାର କିଛି ସମୟ ପରେ କେନ୍ଦ୍ରୀୟ ରେଳ ବିଭାଗ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି।
CMMT-022-22694040
CMMT- 022-67455993
ନାଶିକ ରୋଡ – 0253-2465816
ଭୁସାଭଲ – 02582-220167
ବିପର୍ଯ୍ୟୟ ପରିଚାଳନା କକ୍ଷ- 54173

Share