Categories: ଜାତୀୟ

ଅନୀଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୯: ରୁଣରେ ବୁଡିଥିବା ପ୍ରଖ୍ୟାତ ବ୍ୟବସାୟ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିରୋଧରେ ହୋଇଥିବା ମାମଲାରେ ଏକ ବଡ଼ ବିଜୟ ହାସଲ କରିଛି ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର। ଫଳରେ ଦିଲ୍ଲୀ ମେଟ୍ରୋରୁ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ମୋଟ ୪,୬୦୦ କୋଟି ଟଙ୍କା ପାଇବ। କମ୍ପାନୀ ଦିଲ୍ଲୀ ମେଟ୍ରୋକୁ ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲା ଏବଂ ଏଥିରୁ ୨,୮୦୦କୋଟି ଟଙ୍କା ବନ୍ଦ କରିବାକୁ ଦାବି କରିଥିଲା। ଏହା ପରେ ଏହି ମାମଲା କୋର୍ଟରେ ଚାଲିଥିଲା। ଗୁରୁବାର ସୁପ୍ରିମକୋର୍ଟ କମ୍ପାନୀର ଦାବିକୁ ସମର୍ଥନ କରିଛନ୍ତି। ଏବେ ସୁଧ ଏବଂ କ୍ଷତି ସହିତ ରାଶି ଫେରସ୍ତ କରିବାକୁ ଡିଏମ୍‌ଆର୍‌ସିକୁ ନିର୍ଦ୍ଦେଶ ଦିଆଯାଇଛି।
ବିଲ୍ଡ ଅପରେଟ ଟ୍ରାନ୍ସଫର (ବିଓଟି) ଆଧାରରେ ଦିଲ୍ଲୀ ବିମାନବନ୍ଦର ଏକ୍ସପ୍ରେସ ନିର୍ମାଣ ପାଇଁ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଏବଂ ଡିଏମଆରସି ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ତା’ପରେ ରିଲାଏନ୍ସ ଇନଫ୍ରା ଦିଲ୍ଲୀ ମେଟ୍ରୋକୁ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରି ଏହାକୁ ପ୍ରତ୍ୟାଖ୍ୟାନ କରି ସମାପ୍ତି ଫି ଦାବି କରି କ୍ଷତିପୂରଣ ଦେବାକୁ କହିଥିଲେ।

Share