ଥାନାରେ ଚାଞ୍ଚଲ୍ୟ, ଏସ୍‌ଆଇଙ୍କୁ କାମୁଡ଼ି ପକାଇଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୫।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ତେବେ ଏହି ଆକ୍ରମଣରେ ଥାନାର ୪ ଜଣ କନଷ୍ଟେବଲ ଆହତ ହୋଇଛନ୍ତି। ମହିଳା ଏସଆଇଙ୍କୁ ମେଜରଙ୍କ ବାନ୍ଧବୀ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ମେଜର ଜଣଙ୍କ କୋଲକାତା ୨୨ ଶିଖ ରେଜିମେଣ୍ଟରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମେଜର ଓ ତାଙ୍କ ବାନ୍ଧବୀ ରାସ୍ତାରେ କେହି ଅସମ୍ମାନିତ କରିଥିବା ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ। ମହିଳା ଏସ୍‌ଆଇ ଲିଖିତ ଆକାରରେ ଦେବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା।

Share