ଫିଲ୍ମ ମେଜର ରିଲିଜ୍‌ ତାରିଖ ସ୍ଥଗିତ

ମୁମ୍ବାଇ: ଫିଲ୍ମ ମେଜରର ରିଲିଜ୍‌ ତାରିଖକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ନିର୍ମାତା। ଆସନ୍ତା ଫେବୃଆରୀ ୧୧ରେ ଏହି ଫିଲ୍ମଟି ବଡ ପରଦାରେ ଆସିବାର ଥିଲା। ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରତିକ ପରିସ୍ଥିତି ଏବଂ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରିଲିଜ୍‌କୁ ସ୍ଥଗିତ ରଖାଯାଇଛି ବୋଲି ଫିଲ୍ମ ନିର୍ମାତା ଏକ ବିବୃତ୍ତିରେ କହିଛନ୍ତି।
ଯେତେବେଳେ କୋଭିଡ୍‌ ପରିସ୍ଥିତିରେ ସୁଧାର ଆସିବ ଏହା ରିଲିଜ୍‌ ହେବ ବୋଲି ସେ କହିଛନ୍ତି। ତେବେ ଫିଲ୍ମଟି କେବେ ରିଲିଜ୍‌ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ। ଫିଲ୍ମକୁ ସାଶି କରଣ ଟିକ୍କା ନିର୍ଦ୍ଦେଶନା ଦେଇଛନ୍ତି। ଏହା ହିନ୍ଦୀ ଏବଂ ତେଲୁଗୁ ଭାଷାରେ ଶୁଟିଂ କରାଯାଇଥିଲା । ମେଜର ସନ୍ଦୀପ ଅନ୍ନିକୃଷ୍ଣନଙ୍କ ଏକ ଅବିସ୍ମରଣୀୟ କାହାଣୀ। ଏଥିରେ ତାଙ୍କ ପିଲାଦିନରୁ ମୁମ୍ବାଇ ଆକ୍ରମଣ ପର୍ଯ୍ୟନ୍ତ ପର୍ଯ୍ୟବେଶିତ ହୋଇଛି।

 

Share