ସାହିତ୍ୟ ସଂସ୍କୃତିର ମକର ମିଳନ

ଟିଟିଲାଗଡ଼, ୧୫।୧ (ଡି.ଏନ.ଏ)
ସାହିତ୍ୟ ସଂସ୍କୃତି ଟିଟିଲାଗଡ ପକ୍ଷରୁ ସ୍ଥାନୀୟ ପ୍ରଭାବତୀ ପବ୍ଲିିକ ସ୍କୁଲ ପରିସରରେ ସଭାପତି ଡ. ଛାୟାକାନ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ଓ ମକର ମିଳନ ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ବ୍ୟାସକବିଙ୍କୁ ଯୁଗଜନ୍ମା ବୋଲି ଅଭିହିତ କରିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅଜାମ୍ବର ମଲ୍ଲ ବ୍ୟାସକବିଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ସଂଗଠନର ବିଷୁବ ମିଳନ ସ୍ମରଣିକା ଉନ୍ମୋଚନ କରିଥିଲେ। ସାହିତି୍ୟକାର ଡ. ଗୋବର୍ଦ୍ଧନ ସାହୁଙ୍କୁ ବିଷୁବ ସମ୍ମାନ, ଶିକ୍ଷକ ସରୋଜ ଦାଶଙ୍କୁ ଶିକ୍ଷା ସମ୍ମାନ, ବିଶିଷ୍ଟ ନାଟ୍ୟକାର ନିଳମଣୀ ସାହୁଙ୍କୁ ଶଳ୍ପୀ ସମ୍ମାନ, ହାସ୍ୟରସ କବି ଟିକେଲାଲ ସାହୁଙ୍କୁ କୋଶଲି ଶ୍ରୀସମ୍ମାନ ପ୍ରଦାନ କରାଯାଇଥିଲା। ସଭାପତି ଡ. ଛାୟାକାନ୍ତ ଷଡଙ୍ଗୀଙ୍କ ପ୍ରବନ୍ଧ ସଂକଳନ ମହାର୍ଘ ମୁହୁର୍ତ୍ତ, ସେବକ ଚରଣ ଦାଶଙ୍କ ଗଳ୍ପ ସଂକଳନ ଅକସି ପତର, ନଟବର ସ୍ବାଇଁଙ୍କ ଉପନ୍ୟାସ ନରିଆଣୀ ମୁଖ୍ୟଅତିଥି ସାହୁ ଉନ୍ମୋଚନ କରିଥିଲେ। ସଂଗଠନ ସମ୍ପାଦକ ଜ୍ୟୋତିପ୍ରକାଶ ଗଡତିଆ ଅତିଥି ପରିଚୟ, ସହସମ୍ପାଦକ ବୃନ୍ଦାବନ ଷଡଙ୍ଗୀ ସ୍ବାଗତ ଅଭିଭାଷଣ ଓ ଜଗନ୍ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ବିଶିଷ୍ଟ ସାହିତି୍ୟକ ଡ. ଦୋଳଗୋବିନ୍ଦ ବିଶି, ଯୁଗଳ କିଶୋର ଷଡଙ୍ଗୀ, ବିଶ୍ୱରାମ ଠାକୁର, ରାଜୀବ ଲୋଚନ ପାଢୀ, ବରିଷ୍ଠ ଆଇନଜୀବୀ ରବିକିରଣ ସ୍ବାଇଁ, ପ୍ରମୋଦ ପାଳ ପ୍ରମୁଖ ବହୁ ସାହିତି୍ୟକ, ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ।

Share