କେନ୍ଦୁଝର,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଛି। ଏହି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ସକାଳୁ ବିଭିନ୍ନ ଜଳାଶୟରେ ମକର ବୁଡ଼ ପକାଇ ମା’ଙ୍କ ଦର୍ଶନ କରିବା ସହ ମକର ଚାଉଳ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ମା’ଙ୍କୁ ସୁନାବେଶ କରାଯାଏ। ସୁନାବେଶରେ ମା’ଙ୍କୁ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଥିଲେ। ଟ୍ରଷ୍ଟ ବୋର୍ଡ, ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।