Categories: ଜାତୀୟ

୭୫ ଯୁବତୀଙ୍କୁ ବିବାହ ପରେ କଲଗର୍ଲ କରି ଥିବା ଅଭିଯୁକ୍ତ ଗିରଫ…

ଭୋପାଳ,୪।୧୦: ବାଂଲାଦେଶୀ ଯୁବତୀଙ୍କୁ ଚୋରା ଚାଲାଣ କରି ସେମାନଙ୍କୁ ବିବାହ ପରେ କଲଗର୍ଲ କରୁଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଯାଇଛି। ଅଭିଯୁକ୍ତ ୨୦୦ରୁ ଅଧିକ ବାଂଲାଦେଶୀ ଯୁବତୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇନ୍ଦୋରରୁ ଅଭିଯୁକ୍ତ ମୁନୀର ଓରଫ ମୁନୀରୁଲ୍‌ଙ୍କୁ ଏସ୍‌ଆଇଟି ଟିମ୍‌ ଗିରଫ କରିଛନ୍ତି।

ସେ ଗତ ୫ ବର୍ଷ ଧରି ଏପରି କରୁଥିବା ସ୍ବୀକାର କରିଛନ୍ତି। ପ୍ରତିମାସରେ ବାାଂଲାଦେଶରୁ ୫୫ରୁ ଅଧିକ ଯୁବତୀଙ୍କୁ ଚୋରା ଚାଲାଣ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋରସ ବର୍ଡର ବାଟେ ଭାରତକୁ ଯୁବତୀଙ୍କୁ ଭାରତକୁ ଚୋରା ଚାଲାଣ କରୁଥିଲେ। ମୁର୍ଶିଦାବାଦ୍‌ ଏବଂ ଏହାର ଆଖପାଖ ଗ୍ରାମୀଣ ଅଞ୍ଚଳରେ ବାଂଲାଦେଶୀ ଯୁବତୀଙ୍କୁ ରଖାଯାଇ ପରେ ବିଭିନ୍ନ ସ୍ଥାନକୁ ଆଣାଯାଉଥିବା ସେ ପଚରାଉଚରା ସମୟରେ ପୋଲିସକୁ କହିଛନ୍ତି।

୧୧ମାସ ତଳେ ପୋଲିସ ପକ୍ଷରୁ ଲସୁଡ଼ିଆ ଏବଂ ବିଜୟ ନଗର ଅଞ୍ଚଳରେ ଅପରେଶନ ଚଳାଇ ୨୧ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ମୁନିଙ୍କୁ ଧରାଇ ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଇନ୍ଦୋର ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା।

Share