Categories: ଜାତୀୟ

୧୦ ଦିନ ଭିତରେ ରାସ୍ତାକୁ ଖାଲଖମା ମୁକ୍ତ କର

ନୂଆଦିଲ୍ଲୀ,୨।୧୦: ରାଜଧାନୀ ଦିଲ୍ଲୀ ରାସ୍ତାକୁ ୧୦ ଦିନ ଭିତରେ ଖାଲଖମା ମୁକ୍ତ କର। ପିଡବ୍ଲ୍ୟୁଡି ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପ୍ରବଳ ବର୍ଷା କାରଣରୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଜନସାଧାରଣ କାର୍ଯ୍ୟ ବିଭାଗ (ପିଡବ୍ଲ୍ୟୁଡି)ର ତଥ୍ୟ ଅନୁଯାୟୀ, ଦିଲ୍ଲୀର ରାସ୍ତାରେ ୧,୩୫୭ ଖାଲ ଥିବା ବେଳେ ୩୦୯ ଅଞ୍ଚଳରେ ରାସ୍ତା ଉପରେ ପ୍ୟାଚ ପଡ଼ିବାର ଆବଶ୍ୟକତା ରହିଛି।

ବର୍ଷା ପରେ କିଛି ରାସ୍ତାରେ ତୁରନ୍ତ ମରାମତି ଦରକାର। କିଛି ଦିନ ଭିତରେ ଆମେ ସମସ୍ତ ପିଡବ୍ଲ୍ୟୁଡି ରାସ୍ତା ମରାମତି କରିବୁ ବୋଲି ପିଡବ୍ଲ୍ୟୁଡି ରୋଡ୍‌ର ଖରାପ ସ୍ଥିତି ଉପରେ ସମ୍ମୀକ୍ଷା ବୈଠକ ପରେ କେଜରିଓ୍ବାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି ।

Share