Categories: ଖେଳ

‘ଧୋନୀଙ୍କୁ ଭାରତୀୟ ଟିମ୍‌ର ପରବର୍ତ୍ତୀ କୋଚ୍‌ କରାଯାଉ’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଟିମ୍‌ ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରୁ ବିଦା ହୋଇଥିଲା। ଏହାପରଠାରୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ପଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଟି୨୦ ଟିମ୍‌ରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଅନେକ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏହି କ୍ରମରେ ଏବେ ପୂର୍ବତନ ପାକିସ୍ତାନ ଅଧିନାୟକ ସଲମାନ ବଟ ମୁଖ୍ୟ କୋଚ୍‌ ଭାବେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦାୟିତ୍ୱ ଦିଆଯାଉ ବୋଲି କହିଛନ୍ତି।

ନିଜର ୟୁଟ୍ୟୁବ ଚ୍ୟାନେଲରେ ସଲମାନ କହିଛନ୍ତି, ଭିଭିଏସ୍‌ ଲକ୍ଷ୍ମଣ ଏବଂ ବିରେନ୍ଦ୍ର ସେହ୍ବାଗ ଭଲ ଖେଳାଳି ଥିଲେ। ହେଲେ ରଣନୀତି ଏବଂ ନେତୃତ୍ୱ ନେବା ଭଳି ଜିନିଷ ଜଣେ କୋଚ୍‌ ପାଖରେ ରହିବା ଉଚିତ। କାରଣ କୋଚ୍‌ଙ୍କୁ ଖେଳାଳିଙ୍କ ମେଣ୍ଟର ହେବାର ଆବଶ୍ୟକତା ରହିଛି। ଏସବୁ ଗୁଣରେ ଧୋନୀ ଭରପୂର। କୋଚ୍‌ ଭାବେ ସେ ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି।

Share