ଧାନର ଏମ୍‌ଏସ୍‌ପି ୩ ହଜାର ଟଙ୍କା କର: କିଷାନ କଂଗ୍ରେସ

ଭୁବନେଶ୍ବର,୯ା୬(ବ୍ୟୁରୋ): କୃଷି ଉତ୍ପାଦନରେ ବର୍ତ୍ତମାନ ଯେପରି କୃଷି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି, ଚାଷୀ ତା’ର ଉତ୍ପାଦନରେ ଖର୍ଚ୍ଚର ପ୍ରକୃତ ମୂଲ୍ୟ ପାଇପାରୁନାହିଁ। ସ୍ବାମୀନାଥନ କମିଟି ସୁପାରିସ ଆଧାରରେ ଉତ୍ପାଦନରେ ଖର୍ଚ୍ଚ ମୂଲ୍ୟରେ ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ୨୦୧୪ ସାଧାରଣ ନିର୍ବାଚନରେ ଚାଷୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ ଭାଜପା କେନ୍ଦ୍ରରେ ଶାସନକୁ ଆସିଥିଲା। ଏହା ମଧ୍ୟରେ ଶାସନକୁ ୯ ବର୍ଷ ପୂରିଲାଣି। ଏ ପର୍ଯ୍ୟନ୍ତ ପ୍ରତିଶ୍ରୁତି ମୁତାବକ ଏମ୍‌ଏସ୍‌ପିର ମୂଲ୍ୟବୃଦ୍ଧି କରାଗଲା ନାହିଁ। ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ମାନ୍ୟତା ମିଳିଲା ନାହିଁ। ଚଳିତ ଖରିଫରେ ସରକାର ଧାନ କୁଇଣ୍ଟାଲ ପ୍ରତି ଯେଉଁ ସାମାନ୍ୟତମ ୧୪୩ ଟଙ୍କାର ମୂଲ୍ୟ ବୃଦ୍ଧି କରିଛନ୍ତି,ଏହା ନରେନ୍ଦ୍ର ମୋଦି ସରକାରର ଚାଷୀଙ୍କ ପ୍ରତି ପ୍ରତାରଣା ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି। କେନ୍ଦ୍ର ସରକାର ଅବିଳମ୍ବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ସର୍ବଦଳୀୟ ବୈଠକରେ ତୁରନ୍ତ ନିଷ୍ପତ୍ତି ନେବାକୁ କୃଷକ ସେଲ୍‌ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଥିବା ଅମିୟ କହିଛନ୍ତି।

Share