ଘରେ କରନ୍ତୁ ପ୍ରାକୃତିକ ରଙ୍ଗ

ରାସାୟନିକ ରଙ୍ଗରେ ହୋଲି ଖେଳିରେ ତାହା ତ୍ୱଚାର ବହୁ କ୍ଷତି କରିଥାଏ। ତେଣୁ ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ। ଆଉ ଏଥିପାଇଁ ନିଜେ ଘରେ ତିଆରି କରନ୍ତୁ ପ୍ରାକୃତିକ ରଙ୍ଗ।
ହଳଦିଆ-ପ୍ରାକୃତିକଭାବେ ହଳଦିଆ ରଙ୍ଗ ତିଆରି କରିବା ପାଇଁ ଏକ ଭାଗ ହଳଦୀରେ ଦୁଇ ଭାଗ ବେସନ ମିଶାଇ ଅବିର ଭଳି ରଙ୍ଗ ତିଆରି କରନ୍ତୁ। ଏହା ବ୍ୟତୀତ ଗେଣ୍ଡୁ ଫୁଲ ଏବଂ ଡାଲିଆ ଫୁଲକୁ ଭଲଭାବେ ଶୁଖାଇ ଗୁଣ୍ଡ କରି ହଳଦିଆ ରଙ୍ଗ ତିଆରି କରିପାରିବେ।
ଲାଲ-ମନ୍ଦାର ଫୁଲକୁ ଭଲ ଭାବେ ଶୁଖାଇ ଗୁଣ୍ଡ କରିଦେଲେ ଲାଲ ରଙ୍ଗ ହୋଇପାରିବ। ସେହିପରି ଚାଇନା ରୋଜ୍‌ ବ୍ୟବହାର କରି ବି ଲାଲ ରଙ୍ଗ କରିହେବ। ଲାଲ୍‌ ଚନ୍ଦନରେ ଚାଉଳ ଗୁଣ୍ଡ ମିଶାଇ ଲାଲ୍‌ ରଙ୍ଗ ପ୍ରସ୍ତୁତ କରିପାରିବେ। ଆପଣଙ୍କୁ ଯଦି ପାଣି ରଙ୍ଗ ପସନ୍ଦ ହୋଇଥାଏ ତେବେ ଡାଳିମ୍ବ ଚୋପାକୁ ସିଝାଇ ତାର ପାଣିକୁ ଲାଲ ରଙ୍ଗଭାବେ ବ୍ୟବହାର କରିପାରିବେ।
ସବୁଜ-ପାଳଙ୍ଗ, ନିମ୍ବ ଆଦି ବିଭିନ୍ନ ପ୍ରକାରର ସବୁଜ ପତ୍ରକୁ ଗୁଣ୍ଡ କରି ଏହି ରଙ୍ଗ ତିଆରି କରନ୍ତୁ। ମେହେନ୍ଦୀ ପାଉଡରରେ ମଧ୍ୟ ସବୁଜ ରଙ୍ଗ ତିଆରି କିରପାରିବେ।
ମାଜେଣ୍ଟା-ବିଟ୍‌କୁ ଛୋଟ ଛୋଟ କାଟି ତାକୁ ସାରା ରାତି ପାଣିରେ ଭିଜାଇ ଦିଅନ୍ତୁ। ସକାଳୁ ବିଟକୁ ଛାଣି ମାଜେଣ୍ଟା ରଙ୍ଗ ପାଇପାରିବେ।