ନୂଆଦିଲ୍ଲୀ,୧୭।୧୨: ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ବିହାରରେ ଯେଉଁ ଗଠବନ୍ଧନ ଅଛି ସେଥିରେ ଆର୍ଜେଡି ହେଉଛି ସବୁଠାରୁ ବଡ଼ ଦଳ। ଏଣୁ ନୀତୀଶ କୁମାର ତେଜସ୍ବୀ ଯାଦବଙ୍କୁ ଏବେଠାରୁ ମୁଖ୍ୟମନ୍ତ୍ରୀ କରିଦେବା ଉଚିତ। ଫଳରେ ତେଜସ୍ବୀଙ୍କ ପାଖରେ ୩ ବର୍ଷ କାମ କରିବାର ସୁଯୋଗ ରହିବ। ଅପରପକ୍ଷେ ସେ କେତେ ଭଲ କାର୍ଯ୍ୟ କରୁଛନ୍ତି ତାହା ବିହାରବାସୀ ଦେଖିପାରିବେ। ନୀତିଶଙ୍କ ବିଶ୍ୱାସନୀୟତା ଏପରି ହୋଇସାରିଲାଣି ଯେ ସେ ପ୍ରଧାନମନ୍ତ୍ରୀ ହେବା ତ ଦୂରର କଥା, ବିହାରର ମୁଖ୍ୟମନ୍ତ୍ରୀ ହୋଇ ରହିବା ଉପରେ ବିପଦ ରହିଛି ବୋଲି କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଏଥିସହ ସେ ତେଜସ୍ବୀଙ୍କ ପକ୍ଷରେ ନିଷ୍ପତ୍ତି ନେଇ ନୀତୀଶ ଇସ୍ତଫା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।