କମ୍‌ ସମୟରେ ଶୀଘ୍ର ମେକ୍‌ଅପ୍‌

ଶୀଘ୍ର ମେକ୍‌ଅପ୍‌ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏଥିପାଇଁ ଆପଣଙ୍କୁ
କେଉଁ ସବୁ ଦିଗପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ
ସେନେଇ ଜାଣି ରଖନ୍ତୁ…

ଶୀଘ୍ର ମେକ୍‌ଅପ୍‌ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ଏକ ରୁଟିନ୍‌ ସ୍ଥିର କରିବାକୁ ହେବ। ଯେଉଁକାମ କମ୍‌ ସମୟରେ ଆପଣ କରିପାରିବେ ସେହି ସବୁ କାମକୁ ପ୍ରଥମେ କରନ୍ତୁ। ଫଳରେ କମ୍‌ ସମୟରେ ଶୀଘ୍ର କାମ ସରିଯିବ ଏବଂ ଅନ୍ୟ କାମ ପାଇଁ ସମୟ ପାଇବେ।

ମେକ୍‌ଅପ୍‌ ହେବାପାଇଁ ଆପଣଙ୍କ ପାଖରେ କମ୍‌ ସମୟ ଥିଲେ ସେହି ସବୁ କାମକୁ ବାଦ୍‌ ଦିଅନ୍ତୁ, ଯାହାକୁ ନ କଲେ ବି ଆପଣଙ୍କ ମେକ୍‌ଅପ୍‌ ଅଧା ଲାଗିବ ନାହିଁ। ଯେମିତି କି କେଶର ଷ୍ଟ୍ରେଟେନିଂ, କର୍ଲିଂ ଇତ୍ୟାଦି।

ମେକ୍‌ଅପ୍‌ ନିମନ୍ତେ ଯଦି ଆପଣଙ୍କ ପାଖରେ କମ୍‌ ସମୟ ଅଛି ତେବେ କେଶ ସଜ୍ଜା କରନ୍ତୁ ନାହିଁ। କେବଳ ମୁହଁର ମେକ୍‌ଅପ୍‌ ନେବା ପରେ ଆପଣ କେଶକୁ ଖୋଲା ଛାଡ଼ି ପାର୍ଟିକୁ ଯାଇପାରିବେ। ଖୋଲା କେଶ ବି ଆଜିକାଲି ଏକ ସୁନ୍ଦର ଷ୍ଟାଇଲ୍‌ ଟ୍ରେଣ୍ଡ। ଯଦି ଖୋଲା କେଶ ଆପଣଙ୍କୁ ପସନ୍ଦ ନୁହେଁ ତା’ହେଲେ ହେୟାର ବ୍ୟାଣ୍ଡ ବାନ୍ଧି ଯାଇପାରିବେ।

ଆପଣ କେଉଁ ଡ୍ରେସ୍‌ ପିନ୍ଧିବେ ପୂର୍ବ ଦିନରୁ ହିଁ ସ୍ଥିର କରି ରଖନ୍ତୁ।