Posted inUncategorized

‘ଆଦିପୁରୁଷ’ ରିଲିଜ୍‌ ଡେଟ୍‌ ଘୋଷଣା

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଅପେକ୍ଷା ଅନ୍ତଃ ହୋଇଛି। ନିର୍ମାତା ‘ଆଦିପୁରୁଷ’ର ନୂତନ ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ଜୁନ ୧୬ରେ ରିଲିଜ୍‌ ହେବ।
ପ୍ରଡକ୍ସନ ହାଉସ ଟି-ସିରିଜର ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରାଯାଇଛି। ଫଟୋରେ ଭୂଷଣ କୁମାରଙ୍କ ସହ ‘ଆଦିପୁରୁଷ’ର ନିର୍ଦ୍ଦେଶକ ଓମ ରାଉତ ନଜର ଆସିଛନ୍ତି। ଏହି ଫଟୋ ସହିତ ଫିଲ୍ମର ରିଲିଜ ତାରିଖ ଦିଆଯାଇଛି। କୁହାଯାଇଛି ଯେ, ଏହି ଫିଲ୍ମଟି ଜୁନ ୧୬, ୨୦୨୩ରେ ୩ଡି ଫର୍ମାଟରେ ପ୍ରେକ୍ଷାଳୟକୁ ଆସିବ।
‘ଆଦିପୁରୁଷ’ ପ୍ରଥମେ ଅଗଷ୍ଟ ୧୧, ୨୦୨୨ରେ ମୁକ୍ତିଲାଭ କରିବାର ଥିଲା। ପରେ ଜାନୁଆରୀ ୨୦୨୩ ରିଲିଜ୍‌ ହେବ ବୋଲି କୁହାଯାଇଥିଲା। କିନ୍ତୁ ଫିଲ୍ମଟି ରିଲିଜ୍‌ ହୋଇପାରି ନ ଥିଲା। କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା। ଟିଜରକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା।
‘ଆଦିପୁରୁଷ’ ଫିଲ୍ମରେ ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। ସୈଫ ଅଲି ଖାନ ରାବଣ ଭୂମିକାରେ ନଜର ଆସିବେ। ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଛନ୍ତି ଏବଂ କ୍ରିତି ସାନନ ସୀତା ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଇସ୍ତଫା ଦେଲେ ଖଡ୍‌ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା

ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା...

ଅପାଠୁଆ ସାକ୍ଷର

ସମୟ କ୍ରମେ ସବୁ ଆଜି ବଦଳି ଯାଇଛି, ବଦଳି ଯାଇଛି ଗାଁ ସ୍କୁଲର ଛପରଘର, ବଦଳି ଯାଇଛି ରାସ୍ତାଘାଟ, ବିଲବାଡି ନଈ, ନାଳର ଚେହେରା, ବଦଳି...

ସମ୍ପର୍କର ପରିସୀମା ଏତିକିରୁ ଏତିକି..

ସମସ୍ତଙ୍କୁ ନିଜର କରି ହସଖୁସିରେ ପରିବାର ଚଳାଇବା ସବୁ ଗୃହିଣୀଙ୍କ ଉଦ୍ଦେଶ୍ୟ ହୋଇଥାଏ। ଏଥିପାଇଁ କଥାବାର୍ତ୍ତା ଚାଲିଚଳଣ ଉପରେ ଦୃଷ୍ଟିଦେବାକୁ ହୁଏ। ହେଲେ ଅନେକ ସମୟରେ...

ମହାକାଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଗଲେ, କେମିତି ହୁଏ ମହାକାଶଚାରୀଙ୍କ ଚିକିତ୍ସା: ଜାଣନ୍ତୁ ରୋଚକ କଥା…

ନୂଆଦିଲ୍ଲୀ,୨୫।୧୧: ମହାକାଶଚାରୀମାନେ ମହାକାଶକୁ ଯାଆନ୍ତି। ସେଠାରେ ସେମାନେ ଅନେକ ପ୍ରକାରର ଅନୁସନ୍ଧାନ କରନ୍ତି, କିନ୍ତୁ ଏଥିରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ। ମହାକାଶଚାରୀମାନେ ମହାକାଶକୁ ଗଳେ,...

ଜିନତ୍‌ ଗଲା ଘଞ୍ଚ ଜଙ୍ଗଲ

ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍‌କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’। ‘ଜିନତ୍‌’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍‌...

ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ

ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍‌ଏସ୍‌ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ...

ପଳାଶୁଣୀ ଛକରେ ଛକି ବସିଥିଲା ମୃତ୍ୟୁ: ୫ମାସ ହେଲା ଶିଳାନ୍ୟାସରେ ଅଟକିଛି ଫୁଟ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର,୨୧ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଗଁାରୁ ଆସୁଥିଲେ ବାପା। ଦୁଇଟି ବ୍ୟାଗରେ ଭର୍ତ୍ତିକରି ଆଣିଥିଲେ ବିଭିନ୍ନ ପ୍ରକାର ପରିବା, ଚାଉଳ, ଲୁଗାପଟା ଆଦି...

ଟଙ୍କାରେ ପ୍ରଲୋଭିତ ହେଲେନି ଚାନ୍ଦବାଲିବାସୀ: ସୁଲତା

ଭଦ୍ରକ,୧୬ା୧୧(ସନାତନ ରାଉତ): ରଙ୍ଗ ବଦଳାଇଲେ ଲୋକଙ୍କ ଭଲପାଇବା ନେଇପାରିବେନି କି ସେମାନଙ୍କ ହୃଦୟ ପରିବର୍ତ୍ତନ କରିପାରିବେ ନାହିଁ। ଭଦ୍ରକ ଜିଲା ଧାମରାରେ ବିଜେଡି ପକ୍ଷରୁ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri