ଗ୍ଲୋଡେନ ଗ୍ଲୋବ ରେସ ଜିତି ଇତିହାସ ରଚିଲେ ଅଭିଳାଷ…

ପ୍ୟାରିସ,୨୯।୪ : ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର ଅଭିଳାଷ ଟମି ଗୋଲଡେନ ଗ୍ଲୋବ ରେସରେ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ଦୁନିଆର ସବୁଠାରୁ କଠିନ ସୋଲୋ ନନ-ଷ୍ଟପ ରେସ ଭାବରେ ପରିଗଣିତ। ଅଭିଳାଷ ଆଜି ତାଙ୍କରେସକୁ ସମାପ୍ତ କରିଛନ୍ତି। ୨୯ ଏପ୍ରିଲରେ ଫ୍ରାନ୍ସର ଲେସ ସାବଲ୍ସ ଡି ଓଲୋନେରେ ସେ ଏହାକୁ ଶେଷ କରିଛନ୍ତି। ଏହାର ପ୍ରଥମ ସ୍ଥାନ ଦକ୍ଷିଣ ଆଫ୍ରିକାର ନାବିକ କିର୍ଷ୍ଟେନ ନେଉଚାଫର ହାସଲ କରିଛନ୍ତି। ଏହାପୂର୍ବରୁ ଅଭିଳାଷ ୨୦୧୮ ରେ ମଧ୍ୟ ସେ ଗୋଲଡେନ ଗ୍ଲୋବ ରେସରେ ଭାଗ ନେଇଥିଲେ, ଯାହା ତାଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇଥିଲା। ସେତେବେଳେ ଅଭିଲାଷ ମୃତ୍ୟୁ ମୁହଁରେ ପହଞ୍ଚିଥିଲେ। ତାଙ୍କୁ ଏପରି କିଛି ଆଘାତ ହୋଇଥିଲା ଯାହା ତାଙ୍କୁ ପକ୍ଷାଘାତର ଶିକାର କରିବାର ଆଶଙ୍କା ଥିଲା। ଅଭିଳାଷ ୨୨ ମାର୍ଚ୍ଚ ୨୦୨୨ ରେ ଗୋଲଡେନ ଗ୍ଲୋବ ରେସ୨୦୨୨ରେ ଅଂଶଗ୍ରହଣ କରିବାକୁ ଘୋଷଣା କରିଥିଲେ। ଏହା ୪ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ ହୋଇଥିଲା, ଯାହା ଶନିବାର ଶେଷ ହୋଇଥିଲା।

Share