ଉତ୍କଟ ଶବ୍ଦ କରୁଥିବା ୭ ବୁଲେଟ୍‌ ଜବତ

ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ସହରରେ ଉତ୍କଟ ଶବ୍ଦ କରୁଥିବା ବାଇକ୍‌ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟାଉନ ଥାନା ପୋଲିସ ସ୍ବତନ୍ତ୍ର ଅଭିଯାନ କରି ରବିବାର ୭ଟି ବୁଲେଟ୍‌ ଜବତ କରିଛି। ଏହାସହ ସମ୍ପୃକ୍ତ ମାଲିକଙ୍କ ନାମରେ ଜରିମାନା ଚାଲାଣ କଟାଇଛି। କେତେଜଣ ମାଲିକ ସାଇଲେନ୍ସସର ପରିବର୍ତ୍ତନ କରିବା ସହ ଜରିମାନା ଦେଇ ବୁଲେଟ୍‌ ମୁକୁଲାଇ ନେଇଛନ୍ତି। ଆଗକୁ ଏଭଳି ଅଭିଯାନ ଜାରି ରହିବ ବୋଲି ଟାଉନଥାନା ଅଧିକାରୀ ପ୍ରକାଶ କର୍ଣ୍ଣ କହିଛନ୍ତି।

Share