ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୫।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦି କାମଧେନୁ ଖଦି ଊଲ ପାନିପଥ ପକ୍ଷରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆ (ଗେଟ୍‌ ନମ୍ବର-୩) ଠାରେ ‘ନ୍ୟୁ ରାଜସ୍ଥାନ କଟନଫାବ୍‌ ମେଳା’ର ଆୟୋଜନ କରାଯାଇଛି। ବିଶେଷ କରି ଉକ୍ତ ମେଳାରେ ସାରା ଦେଶର ବୁଣାକାର ଓ କାରିଗରଙ୍କ ଭିନ୍ନ ଭିନ୍ନ ସାମଗ୍ରୀ ଉଭୟ ବିକ୍ରି ଓ ପ୍ରଦର୍ଶନ ହେଉଛି। ଏପରିକି ପ୍ରତି କ୍ରୟ ଉପରେ ୨୦% ର ବିଶେଷ ରିହାତି ସାଙ୍ଗକୁ ୫୦୦୦ ଟଙ୍କାରୁ ଅଧିକ ବିଲିଂ (କାରବାର) ଉପରେ ଏକ ଲକି କୁପନ ମଧ୍ୟ ଗ୍ରାହକ ମାଗଣାରେ ପାଉଛନ୍ତି। ଉକ୍ତ କୁପନ ମେଳାର ଉଦ୍‌ଯାପନୀ ଉତ୍ସବରେ ମେଗା ଲକି ଡ୍ର ଜରିଆରେ ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ଉପହାର ଯଥା ପ୍ରଥମ ପୁରସ୍କାର ଭାବେ ଓ୍ବାଶିଂ ମେଶିନ ଜିତିବାର ସୁଯୋଗ ରହିଥିବାବେଳେ ୨ୟ ପୁରସ୍କାର ଡବଲ ଡୋର ରେଫ୍ରିଜେଟର ଏବଂ ୩ୟ ପୁରସ୍କାର ସ୍ମାର୍ଟ ଏଲ୍‌ଇଡି ଟିଭି ସମେତ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ଗ୍ରାହକମାନେ ଜିତିପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବିବାହ ଋତୁ ସାଙ୍ଗକୁ ଆକର୍ଷଣୀୟ ୃପର ଗ୍ରାହକଙ୍କୁ ମେଳା ପ୍ରତି ଆକୃଷ୍ଟ କରାଉଛି। ଗୋଟିଏ ପଟରେ ଲକ୍ଷ୍ନୌ (ୟୁପି)ର ଚିକନ ଓ୍ବାର୍କ ଡ୍ରେସ୍‌ ମ୍ୟାଟେରିଆଲ୍ସ,ଶାଢି, କୁର୍ତ୍ତା ପାଇଜାମା, ଟପ୍‌ସ ଆଦି ଉପଲବ୍ଧ। ସେହିଭଳି ରାଜସ୍ଥାନର ବ୍ଲକ ପ୍ରିଣ୍ଟେଡ, କୋଟା ଡୋରିଆ ଡ୍ରେସ ମ୍ୟାଟେରିଆଲ୍ସ, ଲେଡିସ କୁର୍ତ୍ତା, ଲେହେଙ୍ଗା-ଚୁଲି, ମାଲାମାଲ, ବନ୍ଦେଇ ସୁଟ, ସ୍କ୍ରିିଟ୍‌ ଟପ୍‌, ସାଲଓ୍ବାର ଆଣ୍ଡ ଦୁପଟା ସମେତ ପଶ୍ଚିମବଙ୍ଗର ଶାନ୍ତନିକେତନ ତନ୍ତ, ଖନ୍ତା, ଡାକେଇ ଜାମଦାନୀ ଶାଢି, ଟସର ଡ୍ରେସ ମ୍ୟାଟେରିଆଲ୍ସ, ସିଫନ ଆଣ୍ଡ କ୍ରେପ୍‌ ଉପଲବ୍ଧ। ସେହିପରି ଆନ୍ଧ୍ରପ୍ରଦେଶର କଳାମକାରୀ ଭେଜିଟେବଲ ଡାଏଡ, ମଙ୍ଗଳଗିରି, ଗଡଓ୍ବାଲ ଜରି ବଡର ଡ୍ରେସ ମ୍ୟାଟେରିଆଲ୍ସ ସମେତ ଉତ୍ତରପ୍ରଦେଶର ବନାରସ ସିଲ୍କ ଆଣ୍ଡ କଟନ ଶାଢି, ସୁଟ ମ୍ୟାଟେରିଆଲ୍ସ ସହିତ ବିଭିନ୍ନ ରାଜ୍ୟର କାରୁକାର୍ଯ୍ୟ ଭରା ଅଳଙ୍କାର ଓ ଷ୍ଟୋନ ଏବଂ ଆର୍ଟିଫିସିଆଲ ଜୁଏଲେରି ଭଳି ଅନେକ ସୌଖୀନ ସାମଗ୍ରୀ ଉପଲବ୍ଧ। ଏହି ମେଳା ପ୍ରତିଦିନ ପୂର୍ବାହ୍ନ ୧୧ ରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସାଙ୍ଗକୁ ଉକ୍ତ ମେଳା ୨୦୨୩ ଅଗଷ୍ଟ ୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share