Categories: ବାଣିଜ୍ୟ

ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୮।୪ (ଅଭୟ ଦାଶ):ସନ୍ଧ୍ୟା ହେଲେ ସହରବାସୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଭିଡ଼ ଜମାଉଛନ୍ତି। କାରଣ ଗୋଟିଏ ପଟରେ ସାରା ଦେଶର ଭଳିକି ଭଳି ହ୍ୟାଣ୍ଡଲୁମ୍‌ ପୋଷାକ ସାଙ୍ଗକୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସୁଲଭ ମୂଲ୍ୟରେ ପାଉଥିତ୍ବାବେଳେ ଅପରପକ୍ଷରେ ଓଡ଼ିଶାର ବୟନିକା ଷ୍ଟଲ୍‌ ପକ୍ଷରୁ ଆକର୍ଷଣୀୟ ୧୦+୨୦%ର ସ୍ବତନ୍ତ୍ର ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି।ଏପରିକି ମେଳା (ପ୍ରଦର୍ଶନୀ) ବୁଲା ସାଙ୍ଗକୁ ମନଲାଖି ପୋଷାକ କିଣିବା ପାଇଁ ଉଭୟ ଆୟୋଜକ ଓ ଷ୍ଟଲ୍‌ଗୁଡିକ ପକ୍ଷରୁ ଆକର୍ଷଣୀୟ ଅଫର ମଧ୍ୟ ପ୍ରଦାନ କରାଯାଉଛି। ସେହିଭଳି ୨୦୨୪ ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ୪୫ ଦିନରେ ପାଦ ଥାପିଛି। ବିଶେଷ କରି ଗ୍ରାହକଙ୍କ ଚାହିଦା ଓ ବଜାର(ପ୍ରଦର୍ଶନୀ)ର ଆବଶ୍ୟକତାକୁ ଆଖି ଆଗରେ ରଖି ବ୍ୟବସାୟୀ ଓ ବୁଣାକାର ସମିତିଗୁଡ଼ିକ ପକ୍ଷରୁ ଭଳିକି ଭଳି ପୋଷାକ ଓ ବିଭିନ୍ନ ରାଜ୍ୟର ଲୋକପ୍ରିୟ ତଥା ପ୍ରସିଦ୍ଧ ବସ୍ତ୍ରଗୁଡ଼ିକର କାରବାର ବେଶ୍‌ ଉତ୍ସାହଜନକ ରହିଛି ବୋଲି ଆୟୋଜକ ଓ ବ୍ୟବସାୟୀମାନେ ମଧ୍ୟ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ଭୁବନେଶ୍ୱରର ପାଣିପାଗ ଯୋଗୁ ସନ୍ଧ୍ୟା ସମୟରେ ପ୍ରଦର୍ଶନୀରେ ଭିଡ଼ ବଢୁଛି, ଫଳରେ କାରବାର ମଧ୍ୟ ଆଶାଠାରୁ ଅଧିକ ହେଉଥିବାରୁ ପ୍ରଦର୍ଶନୀର ଅବଧି ୨୦୨୪ ମେ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜକ କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆଠାରେ ଜାରି ରହିଥିବା ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ ପ୍ରତ୍ୟହ ଦିବା ୧୧ ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଆୟୋଜିତ ‘ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଓଡ଼ିଶାର ବୟନିକା ସମେତ ପଶ୍ଚିମବଙ୍ଗ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ବିହାର, ପୁଡୁଚେରୀ, ଆସାମ, କର୍ନାଟକ, ରାଜସ୍ଥାନ, ଉତ୍ତରାଖଣ୍ଡ, ଗୁଜରାଟ, ତାମିଲନାଡୁ ଏବଂ ଜମ୍ମୁ ଆଣ୍ଡ କଶ୍ମୀର ଭଳି ରାଜ୍ୟର ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ ବ୍ୟବସାୟୀମାନେ ମୋଟ ୭୫ଟି ଷ୍ଟଲ ଜରିଆରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି କରୁଥିବା କାମଧେନୁ ଖଦି ଉଲ୍‌ ପାନିପଥର ସମ୍ପାଦକ ରାଜେନ୍ଦ୍ର ଚୌଧୁରୀ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି।

Share