ବ୍ରେକ୍‌ଅପ୍‌ ହେବାରୁ ପ୍ରେମିକାଙ୍କ ସାନ ଭଉଣୀ ପ୍ରତି ଏମିତି ପ୍ରତିଶୋଧ ନେଲେ ପ୍ରେମିକ

ନୂଆଦିଲ୍ଲୀ,୪ା୯: ଫେକ୍‌ ପ୍ରୋଫାଇଲ୍‌ ବା ନକଲି ପ୍ରୋଫାଇଲ୍‌ କରି ଜଣେ ଝିଅକୁ ବଦ୍‌ନାମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍‌ ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ କଳାର ୨ ବର୍ଷ ଛାତ୍ରଙ୍କୁ ଗିରଫ କରିଛି। ତାଙ୍କ ନାମ ଉମେଶ କୁମାର। ଯିଏ କି ସଙ୍ଗମ ବିହାର ଅଞ୍ଚଳରେ ରୁହନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।
ସୂଚନାଯୋଗ୍ୟ, ଉମେଶଙ୍କର ଜଣେ ଝିଅ ସହିତ ପ୍ରେମସମ୍ପର୍କ ଥିଲା। ତାହା ଚଳିତବର୍ଷ ମାର୍ଚ୍ଚରେ ଭାଙ୍ଗି ଯାଇଥିଲା। ଅଭିଯୁକ୍ତ ଉମେଶ ତାଙ୍କ ପ୍ରେମିକାଙ୍କ ସହ ବ୍ରେକ୍‌ଅପ୍‌ ହେବାରେ ପ୍ରେମିକାଙ୍କ ସାନ ଭଉଣୀଙ୍କୁ ଦାୟୀ କରିଥିଲେ। ତେଣୁ ପ୍ରତିଶୋଧ ନେବାକୁ ଉମେଶ ଏପରି ଷଡ଼ଯନ୍ତ୍ର ରଚିଥିଲେ। ପ୍ରେମିକାଙ୍କ ଭଉଣୀର ନକଲି ଅଶ୍ଳୀଳ ପ୍ରୋଫାଇଲ ତିଆରି କରିଥିଲେ। ଏହା ପରେ ଝିଅ ନିକଟକୁ ଶହ ଶହ ଫୋନ୍‌ କଲ୍‌ ଆସିବା ସହ ଅଶ୍ଳୀଳ ଭାଷାରେ ଏଣୁତେଣୁ ମେସେଜ୍‌ ଆସିଥିଲା।

 

Share