Categories: ଜାତୀୟ

ବିନା ଆଧାରରେ ଫିଲ୍ମ ନିର୍ମାଣ କଲେ ଦଣ୍ଡ ଦିଆଯାଉ: ମନୋଜ ତିଓ୍ବାରୀ

ମୁମ୍ବାଇ,୮।୫: ବିବାଦୀୟ ଫିଲ୍ମ କେରଲା ଷ୍ଟୋରି ହଲ୍‌ରେ ରିଲିଜ୍‌ ହୋଇ ସାରିଛି। କିଛି ଲୋକ ଏହି ଫିଲ୍ମକୁ ବିରୋଧ କରୁଥିବାବେଳେ ଅନେକ ସେଲିବ୍ରେଟି ଏହାକୁ ସମର୍ଥନ ମଧ୍ୟ କରୁଛନ୍ତି। ତେବେ ଭାଜପା ନେତା ମନୋଜ ତିୱାରୀ ଏହି ପ୍ରସଙ୍ଗରେ ନିଜର ମତ୍ତ ରଖିଛନ୍ତି।
ସେ କହିଛନ୍ତି ଯେ, ମୁଁ ଏପର୍ଯ୍ୟନ୍ତ କେରଲା ଷ୍ଟୋରି ଦେଖି ନାହିଁ। କିନ୍ତୁ ଏତିକି କହିବି ଯେ ଅଭିବ୍ୟକ୍ତିର ସ୍ବାଧୀନତାକୁ ଭେଦଭାବ ସହିତ ସାମଞ୍ଜସ୍ୟ କରିବା ଉଚିତ ନୁହେଁ। ଫିଲ୍ମର ନିର୍ଦ୍ଦେଶକ ତାଙ୍କର ଅଭିବ୍ୟକ୍ତିର ସ୍ବାଧୀନତା ଅନୁସାରେ ଫିଲ୍ମକୁ ପ୍ରସ୍ତୁତ କରିଛନ୍ତି ତେଣୁ ଏହାକୁ ସମ୍ମାନ ଦିଆଯିବା ଉଚିତ୍‌।
ଯେଉଁମାନେ ବିନା ଆଧାରରେ ଫିଲ୍ମ ନିର୍ମାଣ କରନ୍ତି ସେମାନଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ଅଛି। ତେଣୁ ଯଦି କେରଲା ଷ୍ଟୋରି ଭୁଲ ଅଛି ତେବେ ଏହି ପ୍ରସଙ୍ଗ କୋର୍ଟରେ ଉଠାଇପାରିବେ। କିନ୍ତୁ ବ୍ୟକ୍ତିଗତ ଭାବେ କାହାକୁ ଟାର୍ଗେଟ କରନ୍ତୁ ନାହିଁ ବୋଲି ମନୋଜ କହିଛନ୍ତି।

Share