Categories: ବାଣିଜ୍ୟ

ମାଲାବାରର ସ୍ବତନ୍ତ୍ର ଦୀପାବଳି ଅଫର୍‌

ଭୁବନେଶ୍ୱର,୭।୧୧ (ଅନୁରାଧା ମହାରଣା): ଦେଶର ଅନ୍ୟତମ ଅଗ୍ରଣୀ ଅଳଙ୍କାର ରିଟେଲ୍‌ କମ୍ପାନି ମାଳାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ପକ୍ଷରୁ ଦୀପାବଳି ଅବସରରେ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି। ସୁନା, ହୀରା, ପୋଲକୀ, ଆଣ୍ଟିକ୍‌, ରୂପାରୂ ସ୍ବତନ୍ତ୍ର ଡିଜାଇନର ଅଳଙ୍କାର ଗ୍ରାହକଙ୍କ ପାଇଁ ଉପଳବ୍ଧ ହେଉଛି। ଏହାସହ ପ୍ରତି ୩୦ ହଜାର ଟଙ୍କାର ସୁନା ଅଳଙ୍କାର କ୍ରୟରେ ୧୦୦ମିଳିଗ୍ରାମର ଗୋଲ୍ଡ କଏନ୍‌ ଉପହାର ଭାବେ ପ୍ରଦାନ କରାଯିବ। ଏନେଇ ଷ୍ଟୋରର ସର୍ତ୍ତାବଳିର ଅନୁପାଳନ କରିବାକୁ ପଡ଼ିବ। ସେହିପରି ହୀରା ଗହଣା ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିଆତି, ପୋଲକି ଅଳଙ୍କାର ଗଢ଼ା ମଜୁରୀରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଆଦି ଅଫର ରହିଛି। ସେହିପରି ଅଳଙ୍କାର ବଦଳ ସହ ନୂଆ ଗହଣା କ୍ରୟ ଉପରେ ବିଭିନ୍ନ ଅଫର ରହିଛି। ସୂଚନାଥାଉକି, ଏହି ଗ୍ରୁପର ୧୧ଟି ଦେଶରେ ୩୩୬ଟି ଷ୍ଟୋର ରହିଛି। ପ୍ରତିବର୍ଷ ହେଉଥିବା ଲାଭାଂଶର ୫ ପ୍ରତିଶତ ବିଭିନ୍ନ ସିଏସଆର କାର୍ଯ୍ୟରେ ବିନିଯୋଗ କରାଯାଇଥାଏ।

Share