ଭୁବନେଶ୍ୱର,୨୬।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ (ମାଲାବାର)ର ଓଡ଼ିଶା ୟୁନିଟ୍ ପକ୍ଷରୁ ଚଳିତ ମାସରେ ଆଉ ୨ଟି ନୂଆ ଶୋ’ରୁମ୍ ସହ ବ୍ୟବସାୟ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓଡ଼ିଶାରେ ମାଲାବାରର ପୂର୍ବରୁ ୪ ଟି ଶୋ’ରୁମ୍ (୨ଟି ଭୁବନେଶ୍ୱର ଏବଂ କଟକ ଓ ସମ୍ବଲପୁର) ରହିଥିଲାବେଳେ ବର୍ତ୍ତମାନ ଆଉ ୨ଟି ନୂତନ ଶୋ’ରୁମ୍ ଅନୁଗୋଳ ଏବଂ ରାଉରକେଲାରେ ଖୋଲିବାକୁ ଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୨୫ ଫେବୃଆରୀ ୨୬ରେ ଓଡ଼ିଶାର ଅନୁଗୋଳଠାରେ ଏବଂ ଫେବୃଆରୀ ୨୮ରେ ରାଉରକେଲାର ଉଦିତନଗରଠାରେ ମାଲାବାରର ଏକ୍ସକ୍ଲୁସିଭ ଶୋ’ରୁମ୍ର ଆନୁଷ୍ଠାନିକ ଶୁଭାରମ୍ଭ ହେବାକୁ ଯାଉଛି ବୋଲି ମାଲାବାର ଓଡ଼ିଶା ୟୁନିଟ୍ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।