ତୁଟିନି ସମ୍ପର୍କ, ଏବେ ବି ଏକାଠି

ବମ୍ବେ: ବଲିଉଡର ପାଓ୍ବାର କପଲ୍ସ ମଧ୍ୟରୁ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁର ଅନ୍ୟତମ। ଉଭୟଙ୍କ ବ୍ରେକ୍‌ଅପ୍‌ ନେଇ ଦୀର୍ଘଦିନରୁ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ଏହା ଉପରେ ଅଭିନେତ୍ରୀ ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି। ମଲାଇକା ନିଜର ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିବା ଇସାରାରେ କହିଛନ୍ତି।

ମଲାଇକା ନିଜର ଇନଷ୍ଟାଗ୍ରାମରେ ଦୁଇଟି ଚଷମା ସହ ଏକ ଫଟୋ ଶେୟାର କରି ‘ସନି ଡେଜ୍‌ ଆର୍‌ ହିଅର ଏଗେନ୍‌’ ବୋଲି କ୍ୟାପଶନ ଲେଖିଛନ୍ତି। ସେହିଭଳି ଅର୍ଜୁନ ତାଙ୍କ କୁକୁର ସହ ସୁନ୍ଦର ଭିଡିଓରେ କମେଣ୍ଟ କରିଛନ୍ତି। ଏଥିରୁ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ସ୍ପଷ୍ଟ ହୋଇଛି।

Share