ପୁଣି ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ, ଫ୍ୟାନ୍ସ କହିଲେ ଭାଙ୍ଗିବନି ଏହି ଯୋଡି

ମୁମ୍ବାଇ: ବଲିଉଡର ଗଳିକନ୍ଦିରେ ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ଲଭ ଷ୍ଟୋରୀ ପ୍ରଚାରିତ ହୋଇ ସାରିଛି। ଏବେ କିଛିଦିନ ତଳେ ଉଭୟଙ୍କ ବ୍ରେକଅପ ଖବର ବି ଖୁବ ଚର୍ଚ୍ଚା ହେଉଥିଲା।ସୋସିଆଲ ମିଡିଆ ସମେତ ଅନେକ ୱେବସାଇଟରେ ବ୍ରେକଅପ ଖବରର ଗୁଜବ ଉଡୁଛ। ଏହି ଖବର ପରେ ଉଭୟଙ୍କ ପ୍ରଶଂସକ ମଧ୍ୟ ହୃଦୟ ଭାଙ୍ଗିଥିଲେ। ରବିବାର ଅର୍ଜୁନ କପୁର ଏବଂ ମଲାଇକାଙ୍କ ପ୍ରଶଂସକମାନେ ଦୀର୍ଘ ନିଶ୍ୱାସ ତ୍ୟାଗ କରିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ରିପୋର୍ଟଗୁଡିକ ମଧ୍ୟରେ ଚମକାଇବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି ।
୨୭ ଅଗଷ୍ଟ ରବିବାର ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ସେଲିବ୍ରିଟି ଭାଇରାଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଅର୍ଜୁନ ଏବଂ ମଲାଇକାଙ୍କ ଭିଡିଓ ଦେଖି ଲାଗୁଛି ଯେ ଏହି ଯୋଡି ଲଞ୍ଚ କରିବାକୁ ବାହାରକୁ ଯାଇଥିଲେ। ଏହି ଅବସରରେ ଅଭିନେତାଙ୍କୁ ଅଲ ବ୍ଲାକ ଲୁକରେ ଦେଖିବାକୁ ମିଳିଥିବାବେଳେ ମଲାଇକା ଅଲ ହ୍ବାଇଟ ଲୁକରେ ନଜର ଆସିଛନ୍ତି। ଉଭୟଙ୍କ ମୁହଁରେ ଏକ ଖୁସି ମଧ୍ୟ ସ୍ପଷ୍ଟ ଦେଖାଯାଉଛି।

ଏହି ଲଭ ବାର୍ଡଙ୍କ ବ୍ରେକଅପ ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅର୍ଜୁନ କପୁର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୋଲୋ ଭ୍ୟାକେଶନ ଫଟୋ ସେୟାର କରିଥିଲେ। ଏହି ସମୟରେ ସେ କ୍ରିପଟିକ ପୋଷ୍ଟ ଲେଖିଥିଲେ। ସେ ଲେଖିଥିଲେ, ‘ନୀବନ ଖୁବ ଛୋଟ, ନିଜ ଓ୍ବିକଏଣ୍ଡକୁ ଲମ୍ବା ବନାନ୍ତୁ’। ହେଲେ ଏବେ ପର୍ଯ୍ୟନ୍ତ ଏସବୁ ଘଟଣାକୁ ନେଇ ମଲାଇକା କି ଅର୍ଜୁନ କେହି କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Share