ଅର୍ଜୁନଙ୍କ ସହ ଖୁବ ନାଚିଲେ ବାର୍ଥ ଡେ ଗର୍ଲ ମଲାଇକା

ମୁମ୍ବାଇ: ଅକ୍ଟୋବର ୨୩ରେ ବଲିଉଡ ଦିଭା ମଲାଇକା ଆରୋରା ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଅଭିନେତ୍ରୀ ଏଥର ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରତିବର୍ଷ ସେ ଖୁବ ଧୁମଧାମରେ ନିଜର ଜନ୍ମଦିନ ପାଳନ କରନ୍ତି। ଏଥର ପ୍ରେମିକ ଅର୍ଜୁନ କପୁର ଏହି ଉତ୍ସବକୁ ଆହୁରି ସ୍ବତନ୍ତ୍ର କରଛନ୍ତି। ୫୦ ବର୍ଷ ବୟସରେ ଏବେବି ସେ ଖଉବ ଗ୍ଲାମରସ ଲାଗୁଛନ୍ତି। ଅଭିନେତ୍ରୀଙ୍କ ଫିଟନେସ ଏବଂ ଗ୍ଲାମର ସହିତ କୌଣସି ତୁଳନା ନାହିଁ । ଆଜି ବି ମଲାଇକାଙ୍କର ରହିଛନ୍ତି ଜବରଦସ୍ତ ଫ୍ୟାନ ଫଲୋଇଙ୍ଗସ୍‌। ଜନ୍ମଦିନ ଅବସରରେ ଅଭିନେତ୍ରୀଙ୍କୁ ବଲିଉଡରୁ ଅନେକ ଅଭିନନ୍ଦନ ମିଳିଥିଲା। ଏଠାରେ ସୋସିଆଲ ମିଡିଆରେ ମଲାଇକା ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କ ସହ ତାଙ୍କର ପ୍ରସିଦ୍ଧ ଆଇଟମ ଗୀତରେ ନାଚୁଥିବା ନଜର ଆସିଛନ୍ତି।
ଭାଇରାଲ ଭିଡିଓରେ ବଲିଉଡର ସବୁଠାରୁ ରୋମାଣ୍ଟିକ ଦମ୍ପତି ବହୁତ ହଟ୍‌ ଲାଗୁଛନ୍ତି। ଥାଇ-ହାଇ ବୁଟ ସହ ଟୁପିସ୍‌ ଡ୍ରେସରେ କମାଲ ଲାଗୁଛନ୍ତି ମଲାଇକା। ଧୂସର ଟି-ସାର୍ଟରେ ଅର୍ଜୁନ କପୁର ବି ଖୁବ ସୁନ୍ଦର ଲାଗୁଛନ୍ତି। ଏମାନଙ୍କ କେମେଷ୍ଟ୍ରୀ ଫ୍ୟାନ୍ସଙ୍କୁ ଖଉବ ପସନ୍ଦ ଆସିଛି। ଅର୍ଜୁନ ଏବଂ ମଲାଇକାଙ୍କ ବୟସ ବ୍ୟବଧାନ ସେମାନଙ୍କ ରିଲେଶନ ଆଗରେ ଲୁଚି ଯାଇଛି।

Share