ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ନିଜର ଅଭିନୟ ଏବଂ ଫିଟ୍ନେସ୍ ପାଇଁ ବେଶ୍ ପରିଚିତ। ଅର୍ଜୁନ କପୁରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ନିଜର ବ୍ୟାୟାମ, ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଟିପ୍ସ ସବୁ ସମୟରେ ସେ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି। ତାଙ୍କର ୧୧ ମିଲିୟନ୍ରୁ ଅଧିକ ଇନ୍ଷ୍ଟାଗ୍ରାମ୍ ଫଲୋଅର୍ସ ରହିଛନ୍ତି। ତାଙ୍କର ନୂତନ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ପ୍ରଶଂସକମାନେ ଚାହିଁ ବସିଥାନ୍ତି। ଏବେ ସେ ନିଜର କିଛି ଫଟୋ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି। ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଫଟୋରେ ମଲାଇକାଙ୍କୁ ତାଙ୍କ ଭଉଣୀ ଅମୃତାଙ୍କ ସହ ଦେଖିବାକୁ ମିଳୁଛି। ୨ ଭଉଣୀ ଡାଇନିଂ ଟେବୁଲ ଉପରେ ବସି ଖାଉଥିବାର ଫଟୋରେ ଦେଖିବାକୁ ମିଳୁଛି। ଏହି ଫଟୋକୁ ଶେୟାରକରି ସେ କ୍ୟାପ୍ଶନରେ ଲେଖିଛନ୍ତି, ଆମର ଟେବୁଲ ସଜ୍ଜାଯାଇଛି। ୫ ମାସରୁ ଅଧିକ ସମୟ ପରେ ଏବେ ଆମେ ସମସ୍ତେ ‘ଓନମ’ର ଏହି ଶୁଭ ଦିନରେ ମା’-ବାପାଙ୍କ ଘରେ ଏକାଠି ହୋଇଛୁ। ଏହି ପ୍ରେମ ପାଇଁ ଧନ୍ୟବାଦ ମା’ ବୋଲି ସେ ଲେଖିଛନ୍ତି। ଏହି ଫଟୋ ଶେୟାର ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଅଧିକ ଲାଇକ୍ ହୋଇସାରିଛି।