ବଢ଼ିଲା ପୁଅ ସମ୍ମୁଖରେ ମଲାଇକା ପିନ୍ଧିଲେ ଏଭଳି ପୋଷାକ; ରାଗିକରି କ୍ଲାସ୍‌ ନେଇଗଲେ…

ବମ୍ବେ: ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। ଏଠାରେ ସେ ପ୍ରଶଂସକଙ୍କୁ ଫ୍ୟାଶନଠାରୁ ଆରମ୍ଭ କରି ଫିଟ୍‌ନେସ୍‌ ପର୍ଯ୍ୟନ୍ତ ସବୁକିଛିକୁ ନେଇ ଟିପ୍ସ ଦେଇଥାନ୍ତି। ତାଙ୍କର ଫ୍ୟାଶନ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ। ହେଲେ କେବେକେବେ ବୋଲ୍ଡ ଡ୍ରେସ ପିନ୍ଧିବାକୁ ନେଇ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥାଏ। ନିକଟରେ ତାଙ୍କ ସହ ଏପରି କିଛି ଘଟିଛି।

କ୍ରିସମସ୍‌ ଉପଲକ୍ଷେ ମଲାଇକା ଶଟ୍‌ ପ୍ରିଣ୍ଟେଡ୍‌ ଫ୍ରକ୍‌ର ବୋଲ୍ଡ ଡ୍ରେସ୍‌ ପିନ୍ଧିଥିବା ନଜର ଆସିଥିଲେ। ତାଙ୍କ ସହ ପୁଅ ଅର୍‌ହାନ ଥିଲେ। ଏହାର କିଛି ଫଟୋ ଭାଇରାଲ ହେବା ପରେ ତାଙ୍କୁ କରାଯାଉଛି ଟ୍ରୋଲ। କିଭଳି ପୁଅ ସମ୍ମୁଖରେ ଏତେ ଫୁଙ୍ଗୁଳା ଡ୍ରେସ ପିନ୍ଧିପାରୁଛ ବୋଲି ଲୋକେ ତାଙ୍କୁ ପ୍ରଶ୍ନ କରୁଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ମଲାଇକା ନିଜର ଡ୍ରେସ ପାଇଁ ଟ୍ରୋଲ ହୋଇଛନ୍ତି। ବହୁତ ଥର ଏପରି ହୋଇଛି। ଏଥିସହ ମଲାଇକାଙ୍କୁ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁରଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ଟ୍ରୋଲ କରାଯାଇଥାଏ।

Share