ବୟଫ୍ରେଣ୍ଡଙ୍କ ଅଭିନୟ ଦେଖି ଏମିତି ରିଆକ୍ସନ ଦେଲେ ମଲାଇକା

ମୁମ୍ବାଇ: ବଲିଉଡ କୁଇନ୍ ମଲାଇକା ଆରୋରା ନିକଟରେ ମୁଭି ‘ଭୁତ ପୋଲିସ’ ଦେଖି ସୋସିଆଲ ମିଡିଆରେ ତାଙ୍କର ରିଆକ୍ସନ ଶେୟାର କରିଛନ୍ତି । ଫିଲ୍ମଟି ଦେଖିବା ପରେ ସେ ତାଙ୍କର ରିଭ୍ୟୁ ଦେଇଛନ୍ତି । ଏଥିରେ ମଲାଇକାଙ୍କ ବୟଫ୍ରେଣ୍ଡ ଅର୍ଜୁନ କପୁର ଲିଡ ରୋଲରେ ଅଛନ୍ତି । ନିଜ ବୟଫ୍ରେଣ୍ଡ ଷ୍ଟାରର ଫିଲ୍ମ ଦେଖି ମଲାଇକା ଲେଖିଛନ୍ତି ଓଏମ୍‌ଜି, ଏହି ଫିଲ୍ମ ଖୁବ୍ ଏଣ୍ଟରଟେନିଂ । ଶୈଫୁ(ଶୈଫ ଅଲି ଖାଁ), ଅର୍ଜୁନ କପୁର, ଜ୍ୟାକଲିନ ଫର୍ନାଡିଜ ଓ ୟାମି ଗୌତମ ସମସ୍ତଙ୍କୁ ସେ ଧନ୍ୟବାଦ ଦେବା ସହ ସେମାନଙ୍କ ଅଭିନୟର ପ୍ରଶଂସା ବି କରିଛନ୍ତି ମଲାଇକା । ଏହି ହରର କମେଡି ଫିଲ୍ମ ସେପ୍ଟେମ୍ବର ୧୦ରେ ଡିଜନି ହଟଷ୍ଟାର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି । ଏଥିରେ ଅର୍ଜୁନ କପୁର ଶୈଫ ଅଲିଙ୍କ ସହ ମିଶି ଭୁତ ଘଉଡାଇବା ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏହାକୁ ନେଇ କ୍ରିଟିକ୍ସ ଫେଣ୍ଟାଫେଣ୍ଟି ରିଭ୍ୟୁ ଦେଉଛନ୍ତି । ସୂଚନାଯୋଗ୍ୟ, ବିଗତ ପ୍ରାୟ ୪ ବର୍ଷ ହେବ ମଲାଇକା ଓ ଅର୍ଜୁନ କାପୁର ରିଲେଶନସିପରେ ରହିଛନ୍ତି । ନିକଟରେ ଅର୍ଜୁନ ଏ ସମ୍ପର୍କରେ ଏକ ସାକ୍ଷାତ୍‌କାରରେ ଖୋଲାଖୋଲି କଥା ହୋଇଥିଲେ ।

Share