ପୁରୁଷ ବନ୍ଧୁଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି ମଲାଇକା

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟି କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର ସବୁବେଳେ ଥାଆନ୍ତି ଲାଇମଲାଇଟରେ । ଏମାନେ ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡି । ଏବେ ଏହି ଯୋଡି ଗୋଆରେ ଛୁଟି କାଟୁଛନ୍ତି । ଏମାନେ ଏବେ ଗୋଟିଏ ସପ୍ତାହ ସେଠାରେ ରହିବା ସହ ଗୋଆରେ ହିଁ ନୂଆବର୍ଷ ପାଳନ କରିବେ ବୋଲି ଜଣାପଡିଛି । ତେବେ ଏମାନଙ୍କ ସହ ଯୋଗ ଦେବାକୁ ମଲାଇକାଙ୍କ ଭଉଣୀ ଅମୃତା ମଧ୍ୟ ଗୋଆରେ ପହଞ୍ଚି ସାରିଛନ୍ତି । ଏମାନେ ଗୋଆରେ ଏନଜୟ କରୁଥିବା ସମୟର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଫଟୋରେ ଏମାନେ ସମସ୍ତେ ଗୋଆ ବିଚ୍‌ରେ ନଜର ଆସିଛନ୍ତି । ମଲାଇକା ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି । ଅର୍ଜୁନ ମଧ୍ୟ ଏହାକୁୁ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ମଲାଇକା ମଧ୍ୟ ଆହୁରି କିଛି ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସାନ ଭଉଣୀ ଅମୃତାଙ୍କ ସହ ପୋଜ୍ ଦେଉଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ଗତବର୍ଷ ହିଁ ମଲାଇକା-ଅର୍ଜୁନ ରିଲେଶନସିପରେ ରହିବା କଥା ସ୍ୱୀକାର କରିଥିଲେ ।

Share