ବ୍ରେକ୍‌ଅପ୍‌ ହୋଇଥିବା ସ୍ପଷ୍ଟ କଲେ ମଲାଇକା !

ବମ୍ବେ: କେଇ ମାସ ତଳେ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଖବର ଶିରୋନାମା ପାଲଟିଛି ବଲିଉଡର ଜଣେ ଲର୍ଭବାର୍ଡଙ୍କ ପ୍ରେମଜୀବନ। ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଗଳିକନ୍ଦିରେ କଥା ଉଠୁଛି। ଆମେ କହୁଛୁ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କ କଥା। ମଲାଇକା ଜୀବନରୁ ବାହାରିବା ପରେ ଏବେ ଅର୍ଜୁନ ନୂଆ ସାଥୀ ପାଇଥିବା କଥା ମଧ୍ୟ କୁହାଯାଉଛି। ଉଭୟ କିନ୍ତୁ ନିରବ ରହିଛନ୍ତି।

ବ୍ରେକ୍‌ଅପ୍‌ ନେଇ ଖବର ମଧ୍ୟରେ ମଲାଇକା ପରୋକ୍ଷରେ ଇଙ୍ଗିତ କରି ହୃଦୟର କଥା କହିଛନ୍ତି। ଏହା ଆମେ ନୁହେଁ ବରଂ ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି। ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି।

ଭିଡିଓରେ ଅଭିନେତ୍ରୀ ‘ଲେଟ୍ସ ଫଲ ଆପାର୍ଟ ଟୁଗେଦର’ ଲେଖାଥିବା ଏକ ହୁଡ଼ି ପିନ୍ଧିଥିବା ଦେଖାଯାଇଛି। ଏପରିକି କ୍ୟାମେରା ଦେଖି ସେ ପୋଜ୍‌ ନ ଦେଇ ମନଦୁଃଖରେ ଚାଲିଯାଉଛନ୍ତି। ଏହାକୁ ନେଇ ଅନେକେ ପ୍ରତିକ୍ରିୟା ଦେଉଛନ୍ତି। ସିଧା ସିଧା ନ ହେଲେ ହେଁ ସେ ପରୋକ୍ଷରେ ବ୍ରେକ୍‌ଅପ୍‌ ନେଇ କହିଥିବା କୁହାଯାଉଛି।

Share