ଦେଶି ଲୁକ୍‌ରେ ମଲାଇକା

ମୁମ୍ବାଇ: ବଲିଉଡ୍ ବିୟୁଟି ମଲାଇକା ଆରୋରା ଏବେ ତାଙ୍କ ଦେଶି ଲୁକ୍‌କୁ ନେଇ ବେଶ୍ ଚର୍ଚ୍ଚାରେ । ନିକଟରେ ଦୀପାବଳି ପାଇଁ ଅଭିନେତ୍ରୀ ତରୁଣ ତାହିଲିୟାନିଙ୍କ ନିକଟରେ ଡ୍ରେସ୍ ଡିଜାଇନ କରିଥିଲେ ମଲାଇକା । ଆଉ ଏହି ଡ୍ରେସକୁ ନେଇ ଏବେ ସେ ଚର୍ଚ୍ଚାରେ । ଡ୍ରେସଟି ପୁରୁଣା ଦିନର କଥାକୁ ମନେପକାଉଥିବା ବେଳେ ମଲାଇକା ସୁନା ରୂପା ଗହଣାରେ ଏମିତି ସଜେଇ ହୋଇଥିଲେ ଯାହାକୁ ଏବେ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି । ଡ୍ରେସରେ ରୂପା ଗହଣାର ଝଲକ ବି ଦେଖିବାକୁ ମିଳିଥିଲା । ଏହି ଦେଶି ଲୁକ୍‌ର କିଛି ଫଟୋ ମଲାଇକା ସୋସିଆଲ ମିଡିଆରେ ଶେୟାର କରିବା ପରେ ଏବେ ଏହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଅଭିନେତ୍ରୀ ଧର୍ମଶାଳାରେ ନିଜ ପରିଜନ ଓ ବୟଫ୍ରେଣ୍ଡଙ୍କ ସହ ସମୟ କାଟି ଏବେ ମୁମ୍ବାଇ ଆସିଛନ୍ତି । ହିଲ ଷ୍ଟେଶନରେ ପାଖାପାଖି ଏକ ସପ୍ତାହ କାଟିବା ପରେ ସେ ମୁମ୍ବାଇ ଫେରିଛନ୍ତି ।

Share