Advertisement

ମଲାଇକାଙ୍କୁ ଯୌବନ ଚାଲିଯିବା ଭୟ ଘାରିଛି

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଏକୁଟିଆ ଗୋଟିଏ ଘରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି। ଯାହା ତାଙ୍କ ସଦ୍ୟ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇପଡୁଛି। ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ଭାଇ କିଏ ଜଣେ କରୋନା ଟିକା ପ୍ରସ୍ତୁତ କରିଦିଅ। ନଚେତ୍‌ ୟେ ଯୌବନ ଚାଲିଯିବ ବୋଲି ସେ କହିଛନ୍ତି। ପୂର୍ବରୁ ମଲାଇକା ଆଉ ଏକ ପୋଷ୍ଟ ଶେୟାର କରି କରୋନା ନିୟମ ଅଧୀନରେ ହୋମ ଆଇସୋଲେସନରେ ରହି କାହା ସହିତ ମିଶୁନାହାନ୍ତି ବୋଲି କହିଥିଲେ। କେବଳ ଏତିକି ନୁହେଁ, ଏହି ସମୟରେ କିପରି ନିଜର ଯତ୍ନ ନେବେ ସେ କଥା ମଧ୍ୟ ନିଜ ପ୍ରଶଂସକଙ୍କୁ କହିଥିଲେ। ମଲାଇକା ଆରୋରାଙ୍କ ପୂର୍ବରୁ ତାଙ୍କ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁର ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅର୍ଜୁନ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ। ମୋ ଶରୀରରେ କରୋନାର ଛୋଟ ଛୋଟ ଲକ୍ଷଣ ଦେଖିବାକୁ ମିଳିଛି। ଡାକ୍ତରଙ୍କ ପରାମର୍ଶରେ ନିଜକୁ ହୋମ କ୍ୱାରାଣ୍ଟାଇନରେ ରଖିଛି। ମୋତେ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ଅର୍ଜୁନ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share