ପୁଣି ଚର୍ଚ୍ଚାରେ ମଲାଇକାଙ୍କ ଲଭ ଷ୍ଟୋରୀ

ମୁମ୍ବାଇ: ବଲିଉଡର ଷ୍ଟାର କପୁଲ ମଲାଇକା ଆରୋରା ଓ ଅର୍ଜୁନ କପୁର କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣିଥରେ ଏହି ଯୋଡି ଆସିଛନ୍ତି ଚର୍ଚ୍ଚାକୁ । ଉଭୟଙ୍କ ରିଲେଶନସିପକୁ ନେଇ ଅନେକଙ୍କ ଭୃକୁଞ୍ଚନ ହେଉଥିବା ବେଳେ ଏମାନେ କିନ୍ତୁ ଏଥିପ୍ରତି ଆଦୌ ଦୃଷ୍ଟି ଦେଇ ନ ଥାଆନ୍ତି । ନିକଟରେ ଅର୍ଜୁନ କପୁର ୱାର୍କ ଆଉଟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଥିଲା । ଅର୍ଜୁନଙ୍କ ୱାର୍କ ଆଉଟ ଦେଖି ସମସ୍ତଙ୍କ ଝାଳ ବାହାରି ଯାଇଥିଲା । ଅନେକ ପ୍ରଶଂସକ ଏହାକୁ ନେଇ କମେଣ୍ଟ ବି କରିଥିଲେ । ଏଥିରେ ମଲାଇକାଙ୍କ କମେଣ୍ଟ ବି ଦେଖିବାକୁ ମିଳିଥିଲା । ମଲାଇକା ବାଇସେପ ଇମୋଜି ଦେଇ ଅର୍ଜୁଙ୍କ ଭିଡିଓରେ କମେଣ୍ଟ କରିଥିଲେ । ଯାହା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଉଭୟଙ୍କ ପ୍ରେମ କାହାଣୀକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଏମାନେ କେବେ ବିବାହ କରିବେ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏମାନଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚିତ ।

Share