୩ ଲକ୍ଷ ଟଙ୍କାର ହୁଡା ପିନ୍ଧି ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନିଜର ହଟ ଲୁକ୍‌ ଏବଂ ଫିଗର ପାଇଁ ବେଶ୍‌ ଜଣାଶୁଣା। ମଲାଇକା ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ସେ ପ୍ରାୟତଃ ପାପାରାଜିଙ୍କ କ୍ୟାମେରା ସାମ୍ନାକୁ ଆସନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ପୁନର୍ବାର ପାପାରାଜିଙ୍କ କ୍ୟାମେରାରେ ଧରାପଡିଛନ୍ତି। ଯେଉଁଠାରେ ସେ ୩ ଲକ୍ଷ ଟଙ୍କା ମୂଲ୍ୟର ଏକ ହୁଡି ପିନ୍ଧିଥିବାର ନଜର ଆସିଥିଲେ। ଏହା ପରେ ସେ ଟ୍ରୋଲର ଶିକାର ହୋଇଥିଲେ। ବର୍ତ୍ତମାନ ଲୋକମାନେ ତାଙ୍କ ଷ୍ଟାଇଲିସ ହୁଡିକୁ ୬୦୦ଟଙ୍କାର ରେନକୋଟ୍‌ ସହିତ ତୁଳନା କରିଛନ୍ତି।

ସୋମବାର ଏକ କଳା ଏବଂ ଧଳା ହୁଡିରେ ମଲାଇକା ଆରୋରାଙ୍କୁ କାବୁ କରାଯାଇଥିଲା। ମଲାଇକା ଏହା ସହିତ ଧଳା ସ୍ନିକର୍‌ ଏବଂ ଚଷମା ବେଶ୍‌ ଷ୍ଟାଇଲିଷ୍ଟ ଲାଗୁଥିଲେ। ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ ମଲାଇକାଙ୍କ ହୁଡିକୁ ନେଇ ଟ୍ରୋଲ କରୁଛନ୍ତି। ମଲାଇକାଙ୍କ ଏହି ଡ୍ରେସରେ ମୋନୋଗ୍ରାମ ଲୋଗୋ ଥିଲା। କିଛି ଅନୁସନ୍ଧାନ ପରେ ଜାଣିବାକୁ ମିଳିଥିଲା ଯେ, ଡ୍ରେସଟି ଲେବଲ ଖ୍ରୀଷ୍ଟିଆନ ଡିଆରର, ଯାହାର ମୂଲ୍ୟ ୩,୩୨,୮୬୧ ଲକ୍ଷ।

Share