ପ୍ରେମିକଙ୍କ ସହ ମଲାଇକାଙ୍କ ରୋମାଣ୍ଟିକ ଡ୍ୟାନ୍ସ

ବମ୍ବେ: ଅଗଷ୍ଟ ୨୮ରେ ହାତକୁ ଦୁଇ ହାତ ହେବେ ଫ୍ୟାଶନ ଡିଜାଇନର କୃଣାଳ ରାଓ୍ବଲ ଏବଂ ଅର୍ପିତା ମେହେଟ୍ଟା। ପାରିବାରିକ ସମାରୋହରେ ଏହି ବିବାହ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ଉଭୟଙ୍କ ପ୍ରି-ଓ୍ବେଡିଂ ପାର୍ଟି ଚର୍ଚ୍ଚାରେ। ବି-ଟାଉନରେ ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ। ବିଶେଷକରି ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ଯୋଡ଼ି ଲାଇମ୍‌ଲାଇଟ୍‌ରେ ରହିଥିଲା। ଏବେ ପାର୍ଟିର କିଛି ଭିଡିଓ ଭାଇରାଲ ହେଉଥିବା ବେଳେ ଲର୍ଭବାର୍ଡଙ୍କୁ ରୋମାଣ୍ଟିକ ହୋଇ ‘ଛେୟାଁ ଛେୟାଁ’ ଗୀତରେ ନାଚୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଦୀର୍ଘଦିନରୁ ରିଲେଶନସିପରେ ଅଛନ୍ତି ମଲାଇକା-ଅର୍ଜୁନ। ପ୍ରଥମେ ଉଭୟ ସମ୍ପର୍କକୁ ସମସ୍ତଙ୍କଠାରୁ ଲୁଚାଇ ରଖିଥିବା ବେଳେ ଏବେ ଖୋଲାଖୋଲି ସ୍ବିକାର କରୁଛନ୍ତି। ଏବେ କେବଳ ପ୍ରଶଂସକବିବାହକୁ  ଅପେକ୍ଷା କରି ରହିଛନ୍ତି।

Share