ମୁମ୍ବାଇ ରାସ୍ତାରୁ ଫଳ କିଣିଲେ ଏହି ଅଭିନେତ୍ରୀ

ଏବେ ସମ୍ପୂର୍ଣ୍ଣ ଭାବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରଙ୍କୁ ମଧ୍ୟ ମୁମ୍ବାଇର ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିବାକୁ ମିଳୁଛି। କିଏ ପ୍ରାତଃ ଭ୍ରମଣ କରୁଛନ୍ତି ତ ଆଉ କିଏ କିଣାକିଣି କରୁଥିବାର ନଜରକୁ ଆସୁଛନ୍ତି। ନିକଟରେ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ମୁମ୍ବାଇ ରାସ୍ତାରେ ଫଳ କୁଣୁଥିବାର ଦେଖିବାକୁ ମିଳିଥିଲା। ବିନା ମେକ୍‌ଅପ୍‌ରେ ମୁହଁରେ ମାସ୍କ ଲଗାଇଥିବା ବେଳେ ଏକ ଧଳା ରଙ୍ଗର ଟି-ସର୍ଟ ପିନ୍ଧିଥିବାର ମଲାଇକାଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବରୁ ସାରା ଅଲ୍ଲୀ ଖାନ୍‌, ବରୁଣ ଧଓ୍ବନ, ହୁମା କ୍ୟୁରେଶୀ, କିୟାର ଆଡଓ୍ବାନୀ ଆଦି କଳାକାରଙ୍କୁ ମୁମ୍ବାଇ ରାସ୍ତରେ ବୁଲୁଥିବାର ଦେଖିବାକୁ ମିଳିଥିଲା।

 

Share